29.1 C
Bhubaneswar
Monday, February 9, 2026
Homeଦେଶ ବିଦେଶନାବାଳକଙ୍କୁ ଛୁରୀ ଭୁସି ହତ୍ୟା

ନାବାଳକଙ୍କୁ ଛୁରୀ ଭୁସି ହତ୍ୟା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଅଭାବନୀୟ ଘଟଣା । ନାବାଳକଙ୍କୁ ଛୁରି ଭୁସି ହତ୍ୟା । ମୃତକଙ୍କୁ ଇନ୍ଦ୍ରଲୋକର ଅମର ପାର୍କର ବାସିନ୍ଦା ଜାଭେଦ ବୋଲି ଚିହ୍ନଟ କରାଯାଇଛି । ସେ ନବମ ଶ୍ରେଣୀରେ ପାଠ ପଢନ୍ତି । ସୂଚନା ଅନୁସାରେ ରବିବାର ସନ୍ଧ୍ୟାରେ ମୋତି ନଗରର ଡିଡିଏ ପାର୍କରେ ଜାଭେଦଙ୍କୁ ଜଣେ ଦୁର୍ବୃତ୍ତ ଛୁରୀରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ନାବାଳକଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ମୋତି ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ହେପାଜତକୁ ନେଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଆକ୍ରମଣ ପଛର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking