23.1 C
Bhubaneswar
Sunday, February 8, 2026
Homeଓଡିଶାପୁଣି ଖସିଲା ପାରଦ

ପୁଣି ଖସିଲା ପାରଦ

ଭୁବନେଶ୍ୱର: ପୁଣି ଖସିଲା ପାରଦ। ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରି ସହରରେ ସପ୍ତାହ ହେବ ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ଜାଡ଼ ଥଣ୍ଡା ସହ କୋହଲା ପବନ ଯୋଗୁଁ ସନ୍ଧ୍ୟା ପୂର୍ବରୁ ସହର ଜନ ଶୂନ୍ୟ ହୋଇଯାଉଛି। ଆଞ୍ଚଳିକ କୃଷି ଗବେଷଣା ଓ ବୈଷୟିକ ସମ୍ପ୍ରସାରଣ କେନ୍ଦ୍ରର ସୂଚନା ଅନୁସାରେ ସକାଳ ସୁଦ୍ଧା ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪.୪ ଡିଗ୍ରି ସେଲସିୟସ ରହିଥିବା ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି। ଗତକାଲି ତାପମାତ୍ରା ୫.୬ ଡିଗ୍ରି ସେଲସିୟସ ରହିଥିଲା। ପ୍ରତିଦିନ ପାରଦ ତଳମୁହାଁ ହେଉଥିବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ ହେଉଥିବା ନେଇ ଅଞ୍ଚଳବାସୀ କହୁଛନ୍ତି। ଅତ୍ୟଧିକ ଜାଡ଼ ଥଣ୍ଡା ଯୋଗୁଁ ସକାଳ ୧୦ ଘଣ୍ଟିକା ଯାଏଁ ଘରୁ ବାହାରିବା ମୁସ୍କିଲ୍ ହେଉଛି। ଅନ୍ୟପଟେ ସାରା ଅଞ୍ଚଳ କୁହୁଡ଼ିର ଚାଦର ତଳେ ରହିଥିବା ବେଳେ ଗାଡିମତର ଯାତାୟତରେ ସମସ୍ୟା ସୃଷ୍ଟି ହେଉଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking