ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପିଏଚଡି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ଏହି ଘଟଣା ରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ନିଲମ୍ବିତ ହୋଇଛନ୍ତି ସହକାରୀ ପ୍ରଫେସର ସରୋଜ ସାହୁ । ବିଶ୍ୱବିଦ୍ୟାଳୟର ଏମବିଏ ବିଭାଗର ଜଣେ ପିଏଚଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଛାତ୍ରୀଙ୍କ ଅଭିଯୋଗ ପରେ ବିଶ୍ୱବିଦ୍ୟାଳୟ ଆଭ୍ୟନ୍ତରୀଣ କମିଟି ତଦନ୍ତ କରିଥିଲେ । ଆଇସିସିଙ୍କ ଅନୁମୋଦନ କ୍ରମେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସହକାରୀ ପ୍ରଫେସର ସରୋଜ ସାହୁଙ୍କୁ ନିଲମ୍ବିତ କରିଛନ୍ତି ଫଳରେ ତାଙ୍କୁ ଶୈକ୍ଷିକ ଓ ପ୍ରାଶାସନିକ ଦାୟିତ୍ୱରୁ ମୁକ୍ତ କରାଯାଇଛି । ନିଲମ୍ବନ ଅବଧି ମଧ୍ୟରେ ସେ ଅନ୍ୟ କୌଣସି ଅନୁଷ୍ଠାନ ସହ ଜଡିତ ହୋଇ ପାରିବେ ନାହିଁ ।ସ୍ନାତକୋତ୍ତର ପରିଷଦ କାର୍ଯ୍ୟାଳୟରେ ତାଙ୍କ କାର୍ଯ୍ୟ ଧାର୍ଯ୍ୟ କରାଯାଇଛି । ଏହି ସମୟ ମଧ୍ୟରେ ସେ ବିଶ୍ୱବିଦ୍ୟାଳୟର ପ୍ରଶାସନିକ କୋଠା ଅଥବା ସ୍ନାତକୋତ୍ତର ବିଭାଗର କୌଣସି ବିଭାଗକୁ ଯାଇପାରିବେ ନାହିଁ ଏପରିକି ପ୍ରାକ ଅନୁମତି ବିନା ଭୁବନେଶ୍ୱର ବେହେରା କେନ୍ଦ୍ରୀୟ ପାଠାଗାରକୁ ମଧ୍ୟ ଯାଇପାରିବେ ନାହିଁ । କୌଣସି ପ୍ରାକ ଅନୁମତି ବିନା ମୁଖ୍ୟାଳୟରେ ଅନୁପସ୍ଥିତ ରହିପାରିବେ ।









