31.1 C
Bhubaneswar
Saturday, February 7, 2026
Homeଓଡିଶାବିସିପିପିଆଇଆର ୨୦୪୭ର ମୁଖ୍ୟ ଗ୍ରୋଥ ଇଞ୍ଜିନ: ମୁଖ୍ୟମନ୍ତ୍ରୀ

ବିସିପିପିଆଇଆର ୨୦୪୭ର ମୁଖ୍ୟ ଗ୍ରୋଥ ଇଞ୍ଜିନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର, କଟକ, ପୁରୀ ଓ ପାରାଦ୍ୱୀପ ଅର୍ଥନୈତିକ କରିଡରର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ବରିଷ୍ଠ ଅଦିକାରୀ ଉପସ୍ଥିତ ଅଛନ୍ତି । ଭୁବନେଶ୍ୱର, କଟକ, ପୁରୀ ଓ ପାରାଦ୍ୱୀପ ବିସିପିପିଆଇଆର ଅଧୀନରେ ଅନେକ ଗୁଡିଏ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ଦ୍ୱାରା ଅଂଚଳଗୁଡିକରେ ପର୍ଯ୍ୟଟନ ଭିତ୍ତିକ ସାଂସ୍କୃତିକ ଓ ଐତିହ୍ୟ ଅର୍ଥନୀତି ଭାବେ ପ୍ରୋତ୍ସାହିତ କରିବ । ୪ ଜିଲ୍ଲାର ୧୧, ୮୯୨ ବର୍ଗ କିମି ଅଞ୍ଚଳ ପରିବ୍ୟାପ୍ତ ରହିବ । ରାଜ୍ୟର ଜିଡିପିକୁ ୪ଟି ଅଞ୍ଚଳର ଅବଦାନ ୧୯ % ମିଳିବ । ବିସିପିପିଆଇଆର ୨୦୪୭ର ମୁଖ୍ୟ ଗ୍ରୋଥ ଇଞ୍ଜିନ । ୨୦୪୭ ସୁଦ୍ଧା ଅବଦାନ ୧୫ ଗୁଣା ବୃଦ୍ଧି ଲକ୍ଷ୍ୟ ରଖାଯାଇଛି । ୮୦ ପ୍ରକଳ୍ପ , ୩୦ଟି ଢାଞ୍ଚାଗତ ନୀତିକୁ ନେଇ ଯୋଜନା ରହିଛି । ହାଇଦ୍ରାବାଦ ପରି ଭୁବନେଶ୍ୱର ମଧ୍ୟ ଦୌଡିବ । ଏହି ପ୍ରକଳ୍ପ ଦ୍ୱାରା ଓଡିଶା ପୂର୍ବ ଭାରତରର ଏକ ପ୍ରମୁଖ ବନ୍ଦର ଭିତ୍ତିକ ଶିଳ୍ପ ଓ ଲଜିଷ୍ଟିକ ହବରେ ପରିଣତ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ନୀତି ଆୟୋଗର ସିଇଓ ବି.ଭି.ଆର ସୁବ୍ରମଣ୍ୟମ ଓ ନୀତି ଆୟୋଗ ସଦସ୍ୟ ରାଜୀବ ଗୋବା ଉପସ୍ଥିତ ଅଛନ୍ତି । କଟକ, ପୁରୀ ଓ ଜଗତସିଂହପୁର ସାଂସଦ ମଧ୍ୟ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking