ପାକିସ୍ତାନ: ପାକିସ୍ତାନର ଇସଲାମବାଦରେ ଆତ୍ମଘାତୀ ବିସ୍ଫୋରଣ। ଏହି ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୬୯କୁ ବୃଦ୍ଧି ପାଇଛି । ଶୁକ୍ରବାର ଧାର୍ମିକ ସ୍ଥଳୀରେ ନମାଜ ପାଠ ବେଳେ ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା। ସୂଚନା ଅନୁସାରେ, ଇସଲାମାବାଦର ଶାହଜାଦ ଟାଉନ୍ ଅଞ୍ଚଳର ତେର୍ଲାଇ ଇମାମ୍ ବାରଗାରେ ଶୁକ୍ରବାର ନମାଜ ପାଠ ସମୟରେ ବିସ୍ଫୋରଣ ଘଟିଥିଲା। ଆତ୍ମଘାତୀ ବିସ୍ଫୋରଣକାରୀ ପ୍ରବେଶ କରିବା ପରେ ଗେଟ୍ ପାଖରେ ନିଜକୁ ଉଡ଼ାଇ ଦେଇଥିଲେ। ପ୍ରଥମେ ଏହି ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୬୯କୁ ବୃଦ୍ଧିପାଇଛି, ୧୬୯ ଜଣ ଆହତ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ବିସ୍ଫୋରଣର ଖବର ପାଇବା ପରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି।










