ନୂଆଦିଲ୍ଲୀ: ଇସଲାମବାଦରେ ଇମାମ ବାରଗା ଖାଦିଜାତ- ଉଲ- କୁବ୍ରା ମସଜିଦରେ ଆତ୍ମଘାତୀ ପରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଗୁରୁତର ଆହତ ହୋଇଛନ୍ତି । ଲୋକମାନେ ଆହତ ଏବଂ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଥିବା ଦେଖାଯାଉଛି । ସେଠାରେ ଏକ ଅରାଜକତା ଦେଖାଦେଇଛି । ଇସଲାମାବାଦର ଶାହଜାଦ ଟାଉନ୍ ଅଞ୍ଚଳର ତେର୍ଲାଇ ଇମାମ୍ ବାରଗାରେ ଶୁକ୍ରବାର ନମାଜ ପାଠ ସମୟରେ ବିସ୍ଫୋରଣ ଘଟିଥିଲା। ଆତ୍ମଘାତୀ ବିସ୍ଫୋରଣକାରୀ ପ୍ରବେଶ କରିବା ପରେ ଗେଟ୍ ପାଖରେ ନିଜକୁ ଉଡ଼ାଇ ଦେଇଥିଲେ। ପ୍ରଥମେ ଏହି ଘଟଣାରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୧୦ ରେ ପହଞ୍ଚିଛି, ୨୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ବିସ୍ଫୋରଣର ଖବର ପାଇବା ପରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ବହୁ ସଂଖ୍ୟକ ଲୋକ ତଳେ ପଡ଼ି ରହିବାରୁ ଅରାଜକତା ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଉପସ୍ଥିତ ଥିଲେ। ଇମାମ ବାରଗା ଚାରିପାଖ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ପ୍ରତ୍ୟେକ ଅଞ୍ଚଳ ଉପରେ କଡ଼ା ନଜର ରଖାଯାଇଛି। ସୁରକ୍ଷା ଦୃଷ୍ଟିରୁ କର୍ତ୍ତୃପକ୍ଷମାନେ ସାରା ସହରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିବା ରିପୋର୍ଟ ମଧ୍ୟ ସାମ୍ନାକୁ ଆସୁଛି। ବିସ୍ଫୋରଣ ପରେ, ଇସଲାମାବାଦ ପଲିକ୍ଲିନିକ୍, ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (ପିଆଇଏମ୍ଏସ୍) ଏବଂ ସିଡିଏ ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।










