କଟକ: ଝାରସୁଗୁଡା ବିଧାନସଭା ନିର୍ବାଚନୀ ମାମଲାରେ ହାଇକୋର୍ଟ ଗୁରତ୍ୱ ପୂର୍ଣ୍ଣ ରାୟ ଶୁଣାଇଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ହାଇକୋର୍ଟରୁ ନିରାଶ ହୋଇ ଫେରିଛନ୍ତି । ବିନା ଶୁଣାଣିରେ ଖାରଜ ପାଇଁ ଆବେଦନ କରିଥିଲେ ଟଙ୍କଧର । ଦିପାଳୀ ନିର୍ବାଚନୀ ମାମଲା ଚାଲିବ କହିଲେ ହାଇକୋର୍ଟ । ଅନ୍ୟପଟେ ଆଜି ହାଇକୋର୍ଟରେ ରାଉରକେଲା ବିଧାନସଭା ନିର୍ବାଚନୀ ମାମଲା ଚାଲିଥିଲା । ବିଧାୟକ ଶାରଦା ନାୟକଙ୍କ ବିରୋଧରେ ୩ ମାମଲା ଖାରଜ ହୋଇଛି । ୩ ଆବେଦନକାରୀଙ୍କ ନିର୍ବାର୍ଚନୀ ମାମଲା ଖାରଜ କରିଛନ୍ତି ହାଇକୋର୍ଟ । ବିନା ଶୁଣାଣିରେ ମାମଲା ଖାରଜ ପାଇଁ ଆବେଦନ କରିଥିଲେ ସାରଦା । କେବଳ ଦିଲ୍ଲୀପ ରାୟଙ୍କ ନିର୍ବାଚନୀ ମାମଲା ଚାଲିବ କହିଲେ ହାଇକୋର୍ଟ ।










