ମୟୂରଭଞ୍ଜ: ମନରେଗା ଯୋଜନାରେ କିଭଳି ଗ୍ରାମାଞ୍ଚଳର ଲୋକେ ଘର ପାଖରେ କାର୍ଯ୍ୟ ପାଇପାରିବେ ସେଥିପ୍ରତି ଯତ୍ନବାନ ହୋଇ ସରକାର ଗାଁ କୁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l କିନ୍ତୁ କିଛି ଅସାଧୁ ଠିକାଦାର ଓ ଦୁର୍ନୀତି ଖୋର ଅଧିକାରୀଙ୍କ ପାଇଁ ଯୋଜନା ବାଟ ମାରଣା ହେଉଛି l ଏଭଳି ଦୃଶ୍ୟ ଦେଖିବା ପାଇଁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ କୋହି ପଞ୍ଚାୟତ ଅଧୀନ ବଗଲାଢିପା ଗ୍ରାମରେ l ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦିଗାମ୍ବର ଘର ପାଖରୁ ଶୁଖିଲାବନ୍ଧ ପର୍ଯ୍ୟନ୍ତ ମାଟି କେନାଲ ନିର୍ମାଣ ବାବଦରେ ୫ ଲକ୍ଷ ଟଙ୍କାର ଫଳକ ଲାଗିଛି କିନ୍ତୁ ନିମ୍ନମାନର କାର୍ଯ୍ୟ ହେଉଥିବାର ଗ୍ରାମବାସୀ ଅଭିଯୋଗ କରି କାର୍ଯ୍ୟକୁ ବନ୍ଦ କରିଥିଲେ l କାର୍ଯ୍ୟ ସ୍ଥଳରେ ମୋରଡ଼ା ବିଡିଓ ଅଣାକର ନାଏକ ପହଞ୍ଚି ଥିଲେ l ବିଡିଓ ପହଞ୍ଚୁ ପହଞ୍ଚୁ ଉତ୍ତ୍ୟକ୍ତ ଗ୍ରାମବାସୀ ବିଡ଼ିଓଙ୍କୁ ଘେରି ନିମ୍ନମାନର କାର୍ଯ୍ୟକୁନେଇ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥିଲେ l ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ଦେଖା ଦେଇଥିଲା l ତେବେ ବିଡ଼ିଓ ଲୋକଙ୍କୁ ବୁଝାଶୁଝା କରି କାମ ଠିକ ଭାବେ ହେବାର ପ୍ରତିଶୃତି ଦେବା ପରେ ଘଟଣାସ୍ଥଳରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା l










