29.1 C
Bhubaneswar
Friday, February 6, 2026
Homeଦେଶ ବିଦେଶ୩ ନକ୍ସଲ ନିପାତ

୩ ନକ୍ସଲ ନିପାତ

ମହାରାଷ୍ଟ୍ର: ମହାରାଷ୍ଟ୍ର ଗଡଚିରୋଲିରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ନକ୍ସଲ ନିପାତ। ଘଟଣାସ୍ଥଳରୁ ଏକେ ୪୭, ଏସଏଲଆର ସହ ୩ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗୁଳି ବିନିମୟ ବେଳେ ଜଣେ ଯବାନ ସହିଦ୍ ଓ ଆଉ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଗୁରୁବାର ଦିନ ଭାମରାଗଡ ତହସିଲର ଗଡଚିରୋଲି-ନାରାୟଣପୁର ସୀମାରେ ଅବସ୍ଥିତ ଫୋଡେୱାଡା ଜଙ୍ଗଲ ଅଞ୍ଚଳ ଭିତରେ ଏହି ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟ ସମୟରେ, ଜଣେ ଯବାନ ସହିଦ୍ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିଲେ। ଆଜି ସକାଳେ ସେହି ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ସୁରକ୍ଷା କର୍ମୀମାନେ ଜଙ୍ଗଲରୁ ୩ଟି ମୃତଦେହ ଉଦ୍ଧାର କରିଛନ୍ତି। ମୃତ ନକ୍ସଲଙ୍କ ପରିଚୟ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ସନ୍ଧାନ ସମୟରେ, ସେନା ଏନକାଉଣ୍ଟର ସ୍ଥାନରୁ ଗୋଟିଏ ଏକେ ୪୭ ରାଇଫଲ୍ ଏବଂ ଦୁଇଟି ଏସଏଲଆର ମଧ୍ୟ ଜବତ କରିଛି। ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking