28.1 C
Bhubaneswar
Thursday, February 5, 2026
Homeଓଡିଶାବଦଳିବ ରାଜ୍ୟର ୭ ଜିଲ୍ଲାର ଇଂରାଜୀ ନାଁ

ବଦଳିବ ରାଜ୍ୟର ୭ ଜିଲ୍ଲାର ଇଂରାଜୀ ନାଁ

ଭୁବନେଶ୍ୱର: ବଦଳିବ ଅନେକ ସ୍ଥାନର ବିକୃତ ଇଂରାଜୀ ନାଁ । ଓଡିଆ ଭାଷା ଓ ସାଂସ୍କୃତିକ ଐତିହ୍ୟକୁ ସରକାରୀ ରେକର୍ଡରେ ସଠିକ ଭାବେ ପ୍ରତିଫଳିତ କରିବା ଉଦ୍ଦେଶ୍ୟରେ ଓଡିଶା ସରକାର ବିଭିନ୍ନ ସ୍ଥାନର ଇଂରାଜୀ ନାମରେ ଥିବା ଭୁଲ ସୁଧାର ପାଇଁ ପଦକ୍ଷେପ ନେଇଛନ୍ତିା ଏ ସଂପର୍କରେ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ଅନେକ ଜିଲ୍ଲା, ଉପଖଣ୍ଡ, ତହସିଲ ଓ ବ୍ଲକର ନାମ ଇଂରାଜୀରେ ଭୁଲ ଭାବେ ଲେଖାଯାଇ ବିକୃତ ଉଚ୍ଚାରଣରେ କରାଯାଉଛି । ସେଗୁଡିକୁ ସଠିକ ଓଡିଆ ଉଚ୍ଚାରଣ ଅନୁସାରେ କରାଯିବ । ମାଲକାନଗିରି, ଦେବଗଡ, ଖୋର୍ଦ୍ଧା, କନ୍ଧମାଳ, ଅନୁଗୋଳ, କଟକ, କେନ୍ଦ୍ରାପଡା, କେନ୍ଦୁଝର, ସମ୍ବଲପୁର ଓ ନୟାଗଡ ଆଦି ଜିଲ୍ଲାର ନାଁ ଠିକ କରାଯିବ । ପ୍ରସ୍ତାବିତ ସଂଶୋଧନ ସଂପର୍କରେ ସାଧାରଣ ଲୋକଙ୍କର କୌଣସି ଆପତ୍ତି କିମ୍ବା ପରାମର୍ଶ ଥିଲେ ୧୫ ଦିନ ମଧ୍ୟରେ ଲିଖିତ ଭାବେ ଦାଖଲ କରିବାକୁ ବିଭାଗ ପକ୍ଷରୁ ଆହ୍ୱାନ କରାଯଇଛି । ନିର୍ଦ୍ଧାରିତ ସମୟ ପରେ ପ୍ରାପ୍ତ ମତାମତ ଗ୍ରହଣ କରାଯିବ ନାହିଁ । ଯଦି ନିର୍ଦ୍ଧାରିତ ସମୟ ସୀମାରେ କୌଣସି ଆପତ୍ତି ମିଳେ ନାହିଁ ତେବେ ସରକାର ଆଇନ ଅନୁସାରେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରିବେ । ଏହି ପଦକ୍ଷେପ ଫଳରେ ସରକାରୀ ରେକର୍ଡରେ ସ୍ଥାନ ନାମଗୁଡିକର ସଠିକ ଓଡିଆ ରୂପ ସୁନିଶ୍ଚିତ ହେବାର ସହିତ ରାଜ୍ୟର ଐତିହ୍ୟ ଓ ଭାଷାଗତ ପରିଚୟ ଅଧିକ ସୁଦୃଢ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking