ଯାଜପୁର: ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଡୁବୁରୀ ଛକରେ ଟ୍ରକ୍ ଧକ୍କାରେ ଜଣେ ମୃତ । ମୃତକଙ୍କୁ କଂଗ୍ରେସ ନେତା ରଣଜିତ ରାଜ ବୋଲି ଚିହ୍ନଟ କରାଯାଇଛି । ଯାଜପୁର ଜିଲ୍ଲା କଂଗ୍ରେସର ଉପସଭାପତି ଦାୟିତ୍ବରେ ଥିଲେ ରଣଜିତ। ଦୁର୍ଘଟଣା ପରେ ଉତ୍ତେଜନା ଦେଖା ଦେଇଛି । ରାସ୍ତାରୋକ କରି ପ୍ରତିବାଦ କରୁଛନ୍ତି ସ୍ଥାନୀୟ ଲୋକେ । କେନ୍ଦୁଝର, ଢେଙ୍କାନାଳ, ଚଣ୍ଡିଖୋଲ ଓ ଯାଜପୁରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଖବର ପାଇ ପୋଲିସ ଘଟନସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










