ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନାଙ୍କ ନେତୃତ୍ୱରେ କଂଗ୍ରେସ ନେତାଗଣ ରାଜଭବନ ଛକ ସ୍ଥିତ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ କଂଗ୍ରେସ ନେତୃବୃନ୍ଦ କଂଗ୍ରେସ ଭବନ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମର୍ତ୍ତୂିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସମୀର କୁମାର ରାଉତରାୟ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଲଲାଟେନ୍ଦୁ ମହାପାତ୍ର, ମିନାକ୍ଷୀ ବାହିନୀପତି, ମନୋରଞ୍ଜନ ଦାଶ, ପ୍ରକାଶ ଜେନା, ଅଭୟ ସାହୁ, ସିପ୍ରା ମଲ୍ଲିକ, ମିହିର ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦର ଦାସ, ରାଜକିଶୋର ବାରିକ, ଲିଙ୍ଗରାଜ ସାହୁ, ଜ୍ୟୋତିଷ ସାହୁ, ପ୍ରକାଶ ମିଶ୍ର, ଆଲୋକ ମହାନ୍ତି, ମୋହନ ହେମ୍ବ୍ରମ, ଅମୀୟ ପଟ୍ଟନାୟକ, ଭାସ୍କର ସେଠୀ, ସଂଜୟ ମିଶ୍ର, ନିମାଇଁ ରାଉତରାୟ, ଦେବେନ୍ଦ୍ର ଦାସ, ମୋଟରାଜ ଡୁଙ୍ଗଡୁଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।










