ନୂଆଦିଲ୍ଲୀ: ଲୋକସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣକୁ ବାତିଲ କରାଯାଇଥିଲା। ସେ ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣର ଉତ୍ତର ଦେବାର କାର୍ଯ୍ୟକ୍ରମ ଥିଲା। ସୂଚନା ଥାଉ କି ଗତକାଲି ବଜେଟ ଅଧିବେଶନ ସମୟରେ ବିରୋଧୀ ଦଳର 8 ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା। ତାହାରି ପ୍ରତିବାଦରେ ବିରୋଧୀ ଦଳ ସଦସ୍ୟଙ୍କ ପ୍ରବଳ ସ୍ଲୋଗାନ ପରେ ଆଜି ସଂସଦରେ ହଟ୍ଟଗୋଳ ମଧ୍ୟରେ ବୁଧବାର ଲୋକସଭାକୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ଏହାରି ପୂର୍ବରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭା କାର୍ଯ୍ୟ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା ।










