26.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଇସିଆଇଙ୍କୁ ‘ହ୍ୱାଟ୍ସଆପ୍ କମିଶନ’ କହିଲେ ମମତା

ଇସିଆଇଙ୍କୁ ‘ହ୍ୱାଟ୍ସଆପ୍ କମିଶନ’ କହିଲେ ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଏସଆଇଆରକୁ ନେଇ ସୁପ୍ରିମକୋର୍ଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦୃଢ ଯୁକ୍ତି। ଶୁଣାଣି ବେଳେ ନିଜେ ଉପସ୍ଥିତ ରହି ମୁକ୍ତି ଉପସ୍ଥାପନ କଲେ ମମତା। ନିର୍ବାଚନ କମିଶନଙ୍କୁ ହ୍ୱାଟ୍ସଆପ୍ କମିଶନ କହି ସିଧା ଟାର୍ଗେଟ କଲେ। ଇସିଆଇ ହ୍ୱାଟ୍ସଆପ୍‌ରେ ସାଧାରଣ ଅର୍ଡରକୁ ଜାରି କରୁଥିବା କହିଲେ। କାହିଁକି କେବଳ ବେଙ୍ଗଲକୁ ଟେର୍ଗେଟ, ଆସାମକୁ କାହିଁକି ନୁହେଁ ବୋଲି ପ୍ରଶ୍ନ କଲେ। ଏହା ସହ ଆସେ କହିଛନ୍ତି ଯେ କେବଳ ଭୋଟରଙ୍କୁ ବାଦ୍ ଦେବାକୁ ଏସଆଇଆର୍‌, ଯୋଡିବାକୁ ନୁହେଁ। ଲୋକଙ୍କ ଅଧିକାରୀକୁ ସୁରକ୍ଷା ଦିଅନ୍ତୁ, ଆମେ କୃତଜ୍ଞ ରହିବୁ। ସିଜେଆଇ ନିର୍ବାଚନ କମିଶନଙ୍କୁ ଆବେଦନ ଉପରେ ନୋଟିସ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସୋମବାର ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତିଆସନ୍ତା ସୋମବାର ଦିନ ପରବର୍ତ୍ତୀ ଶୁଣାଣି ହେବ

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଚାଲିଥିବା ଏସଆଇଆର ପ୍ରକ୍ରିୟା ବିରୋଧରେ ତାଙ୍କର ଯୁକ୍ତି ଉପସ୍ଥାପନ କରିବା ପାଇଁ ବ୍ୟକ୍ତିଗତ ଭାବରେ ସୁପ୍ରିମକୋର୍ଟ ଯାଇଥିଲେ। ଏସଆଇଆର ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଭାରତୀୟ ନିର୍ବାଚନ କମିଶନଙ୍କ ବିରୋଧରେ ଦାୟର ଏକ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଆବେଦନର ଶୁଣାଣି କରିଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking