ଭୁବନେଶ୍ୱର: ଆଜି ପୁଣି ବଢିଲା ସୁନା ଦର । ଲଗାତାର ୫ ଦିନ ଧରି ସୁନା ରୁପା ଦର କମିଥିଲ।। ହେଲେ ଆଜି ସୁନା,ରୁପା ଦରରେ ଅହେତୁକ ଦର ବୃଦ୍ଧି ହୋଇଛି । ଗତକାଲି ୨୨ କ୍ୟାରେଟ ସୁନା ପ୍ରାୟ ହଜାରେ ଟଙ୍କା ବଢି ୧ ଲକ୍ଷ ୪୧ ହଜାରରେ ପହଞ୍ଚିଥିଲା । ଏଥି ସହିତ ୨୪ କ୍ୟାରେଟ ବି ପ୍ରାୟ ୧ ଲକ୍ଷ ୫୪ ହଜାରରେ ପହଞ୍ଚିଥିଲା । କିନ୍ତୁ ଆଜି ଉଭୟ ୨୪ ଓ ୨୨ କ୍ୟାରେଟ ସୁନା ଦର ୬ ହଜାରରୁ ଅଧିକ ଟପିଛି । ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୬ ହଜାର ୬୬୦ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୬୦ ହଜାର ୫୩୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ ସୁନାଦର ୬ ହଜାର ୫୦ ଟଙ୍କା ବଢି ୧ ଲକ୍ଷ ୪୭ ହଜାର ୧୫୦ ଟଙ୍କାରେ ପହଞ୍ଚିଛି । ସେହିପରି ରୁପା କେଜି ପିଛା ୨୦ ହଜାର ଟଙ୍କା ବଢି ୩ ଲକ୍ଷ ୨୦ ହଜାର ଟଙ୍କାରେ ପହଞ୍ଚିଛି । ସୂଚନାଥାଉକି, ସୋମବାର ୨୪ କ୍ୟାରେଟ ସୁନା ଦର ୯ ହଜାର ୫୦ ଟଙ୍କା ଖସିଥିଲା । ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ୧ ଲକ୍ଷ ୫୧ ହଜାର ୫୩୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ୮ ହଜାର ୩୦୦ ଟଙ୍କା ହ୍ରାସ ପାଇଛି । ୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନା ୧ ଲକ୍ଷ ୩୮ ହଜାର ୯୦୦ ଟଙ୍କା ରହିଥିଲା ।ସେହିପରି ରୂପା କେଜି ପିଛା ୨୦ ହଜାର ଟଙ୍କା ହ୍ରାସ ପାଇ ୩ ଲକ୍ଷ ଥିଲା ।










