ଭୁବନେଶ୍ୱର: ସରକାରୀ ସ୍କୁଲର ଶିଶୁ ବାଟିକା ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୟୁନିଫର୍ମ । ଆସନ୍ତା ୧୫ ସୁଦ୍ଧା ପ୍ରକ୍ରିୟା ସାରିବାକୁ ଡିଇଓଙ୍କୁ ଓସେପା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ଶିଶୁ ପିଛା ୧ ହଜାର ଟଙ୍କା ହିସାବରେ ପାଣ୍ଠି ମଞ୍ଜୁର ହୋଇଛି । ୨ ହଳ ପୋଷାକ ସହ ଜୋତା, ଟି – ସାର୍ଟ, ଟ୍ରାକ ପ୍ୟାଣ୍ଟ, ଟୋପି ମିଳିବ । ପୋଷାକର ରଙ୍ଗ, ଡିଜାଇନ ପ୍ରଥମ ଶ୍ରେଣୀ ପିଲାଙ୍କ ମାନଦଣ୍ଡ ଅନୁଯାୟୀ ହେବ । ସୂଚନାଥାଉକି, ଅଙ୍ଗନବାଡି ଛାତ୍ରଛାତ୍ରୀଙ୍କ ପୋଷାକର ମୂଲ୍ୟ ବଢିବା ନେଇ ମହିଳା ଓ ଶିଶୁ ବିକାଶର ଏକ କାର୍ଯ୍ୟକ୍ରମରେ ବିଭାଗ ପକ୍ଷରୁ ଏନେଇ ଘୋଷଣା କରାଯାଇଥିଲା । ପୂର୍ବରୁ ଛାତ୍ରଙ୍କ ପୋଷାକ ମୂଲ୍ୟ ୧୦୦ ଟଙ୍କା ଥିଲା । ଏବେ ଏହା ବଢ଼ି ୧୭୫ ଟଙ୍କା ହୋଇଛି । ସେହିପରି ଛାତ୍ରୀଙ୍କ ପୋଷାକ ମୂଲ୍ୟ ୧୫୦ ଟଙ୍କାରୁ ବଢ଼ି ୨୫୦ ଟଙ୍କା ହୋଇଛି । ଜୋତା ପାଇଁ ଖର୍ଚ୍ଚ ହେଉଥିବା ୧୦୦ଟଙ୍କାରୁ ବଢ଼ି ୧୫୦ ଟଙ୍କା ହୋଇଛି । ସେହିପରି ସ୍ୱେଟର ପାଇଁ ୧୫୦ ଟଙ୍କା ଥିଲା ଏବେ ତାହା ୨୦୦ ଟଙ୍କା ହୋଇଛି । ଚଳିତ ୨୦୨୬-୨୭ ଆର୍ଥିକ ବର୍ଷରେ ଏହା ଲାଗୁ ହେବ । ଏହା ଦ୍ବାରା ରାଜ୍ୟର ୭୪ ହଜାର ୨୨୪ ଅଙ୍ଗନବାଡ଼ି କେନ୍ଦ୍ରର ୧୪.୭୬ ଲକ୍ଷରୁ ଅଧିକ ଶିଶୁ ଉପକୃତ ହେବେ । ଏହି ଅତିରିକ୍ତ ବ୍ୟୟବରାଦକୁ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାର ବହନ କରିବେ ।










