27.1 C
Bhubaneswar
Wednesday, February 4, 2026
Homeଓଡିଶାଆଜି ୧୨ ଘଣ୍ଟିଆ ଆଠଗଡ ବନ୍ଦ ପାଳନ

ଆଜି ୧୨ ଘଣ୍ଟିଆ ଆଠଗଡ ବନ୍ଦ ପାଳନ

ଆଠଗଡ: ଆଠଗଡକୁ ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଆଠଗଡ ବନ୍ଦ ପାଳନ । ଆଠଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାରୁ ସଂଦ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯାଉଛି । ୬୫ ନମ୍ବର ରାଜ୍ୟ ରାଜପଥ ଆଠଗଡ ଚାନ୍ଦବାଲି ଛକଠାରେ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ ରହିଛି । ବନ୍ଦ ଡାକରାକୁ ଆଠଗଡ ବୁଦ୍ଧିଜୀବୀ ସଂଘ, ସାହିତ୍ୟ ସମାଜ, ପୌରାଞ୍ଚଳ ବରିଷ୍ଠ ନାଗରିକ ମଞ୍ଚ,  ଆଠଗଡ ଗଡଜାତ ପରିକ୍ରମା ଓ ଆଠଗଡ ଅବସର ପ୍ରାପ୍ତସେନା ବାହିନୀ କର୍ମଚାରୀ ସଂଘ ସମର୍ଥନ ଜଣାଇଛି । ଆଠଗଡରୁ ପୁରୁଣା କଟକ ସମ୍ବଲପୁର ରାସ୍ତା ଦେଇ ଯାଉଥିବା ପଶ୍ଚିମାଞ୍ଚଳ ଓ ଛତିଶଗଡକୁ ଯାତାୟତ ସମ୍ପୁର୍ଣ୍ଣ ଠପ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking