21.1 C
Bhubaneswar
Tuesday, February 3, 2026
Homeଓଡିଶାବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଚାନ୍ଦୋଳ: କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ ନଚ୍ଛିପୁର ଗ୍ରାମସ୍ଥିତ ଜଳସେଚନ ବିଭାଗ କାର୍ଯ୍ୟାଳୟ ନିକଟରେ ଗତକାଲି ବିଳମ୍ବିତ ରାତିରେ ବାଇକ୍ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ସୂଚନା ଅନୁଯାୟୀ ମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଡାବଳ ଗ୍ରାମର ରଞ୍ଜନ ମଳିକଙ୍କ ସାନପୁଅ ବିମଳ ମଳିକ (୨୦) ଗତକାଲି ବିଳମ୍ବିତ ରାତିରେ ଚାନ୍ଦୋଳ ବଜାରରୁ ଏକ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ କେନ୍ଦ୍ରାପଡ଼ା କେନାଲର ଶାଖା ୧୧ନଂ ଏ କେନାଲ୍ ମଧ୍ୟକୁ ଖସିଯାଇ ଏହାର ସାଇଫନ୍‌ରେ ଖୁବ୍ ଜୋରରେ ବାଡ଼େଇ ହୋଇଯାଇଥିଲେ। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଘଟଣାଟି ବିଳମ୍ବିତ ରାତିରେ ଘଟିଥିବାରୁ ଏ ସମ୍ପର୍କରେ କେହି ଜାଣିପାରିନଥିଲେ। ଆଜି ସକାଳୁ ଲୋକମାନେ କାରବାର ହେବାରୁ ଏହି ଦୁର୍ଘଟଣା ସମ୍ପର୍କରେ ଜାରି ବିମଳଙ୍କ ଘରକୁ ଖବର ଦେଇଥିଲେ। ଖବରପାଇ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ôଚ ଚାନ୍ଦୋଳ ଫାଣ୍ଡିକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଚାନ୍ଦୋଳ ଫାଣ୍ଡି ଅଧିକାରୀ ପ୍ରତାପ ଚନ୍ଦ୍ର ରଥ ପୁଲିସ୍ ଟିମ ସହ ପହଞ୍ôଚ ମୃତକଙ୍କୁ ବ୍ୟବଚ୍ଛେଦ ନିମନ୍ତେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ବାଇକ୍‌ଟିକୁ ଜବତ କରିଥିବା ଜଣାଯାଇଛି । ଏ ସମ୍ପର୍କରେ କେନ୍ଦ୍ରାପଡ଼ା ସଦର ଥାନାରେ ୬୩/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲୁରହିଥିବା ଫାଣ୍ଡି ଅଧିକାରୀ ଶ୍ରୀ ରଥ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking