28.9 C
Bhubaneswar
Thursday, June 18, 2026
Homeଓଡିଶାରାଜ୍ୟ ସ୍ତରୀୟ ଶୀତ ମହୋତ୍ସବ:୧୦ ଜିଲ୍ଲାର କଳାକାରଙ୍କୁ ମା ବିରଜା ସମ୍ମାନ 

ରାଜ୍ୟ ସ୍ତରୀୟ ଶୀତ ମହୋତ୍ସବ:୧୦ ଜିଲ୍ଲାର କଳାକାରଙ୍କୁ ମା ବିରଜା ସମ୍ମାନ 

ଯାଜପୁର: ଯାଜପୁର ଜିଲ୍ଲାର ସାଂସ୍କୃତିକ ଅନୁଷ୍ଠାନ ମା ଯଶୋଦା କଳା ପରିଷଦ ଓ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ସହଭାଗିତାରେ ରାଜ୍ୟ ସ୍ତରୀୟ ଶୀତ ମହୋତ୍ସବ ଯାଜପୁର ଟାଉନ ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।କାର୍ଯକ୍ରମ ଆରମ୍ଭରେ ବରିଷ୍ଠ କ୍ରୀଡାବିତ୍ ବିନୟ କୃଷ୍ଣ ବେହେରା ସମ୍ପାଦିକ ବିବରଣୀ ପାଠ କରିଥିଲେ। ଏହି ଉତ୍ସବ ରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକ ଙ୍କ ସଭାପତିତ୍ବରେ ଆୟୋଜିତ ଉଛବ ରେ ଓଡ଼ିଆ ସିନେ ଜଗତର ତାରକା ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବଟିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବରେ ଗବେଷକ ଶୁଭେନ୍ଦୁ ଭୂୟାଁ ଯୋଗ ଦେଇ କଳା ସଂସ୍କୃତିର ସମୃଦ୍ଧ ପରମ୍ପରା ଓ ତାହାର ସାମାଜିକ ଗୁରୁତ୍ଵ ଉପରେ ଗଭୀର ଆଲୋକପାତ କରିଥିଲେ।ବିଶିଷ୍ଟ ଅତିଥି ଭାବେ ଯାଜପୁର ଜିଲ୍ଲାପରିଷଦ ପ୍ରାକ୍ତନ ସଭାପତି ଗୌତମ ରାୟ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଦାନଗଦି ର ବି.ଡି.ଓ ପ୍ରଦୀପ କୁମାର ସେଠୀ,ଚଳଚ୍ଚିତ୍ର ଅଭିନେତା ତଥା ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସଭାପତି ହରିହର ସ୍ବାଇଁ,ଯୁବ ସମାଜସେବୀ ପଦ୍ମାକର୍ ଗୁରୁ,ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରେମ ଚାନ୍ଦ ମହାନ୍ତି,ଯୁବ ବିଜେପି ନେତା ସୁରଜ୍ ଲାଲ୍ ସାମଲ ଅତିଥି ଭାବେ ଯୋଗ ଦେଇ ପ୍ରତିଭା ଅନ୍ଵେଷଣ ଓ ସୃଜନଶୀଳତା ର ପ୍ରୋତ୍ସାହନ ଉପରେ ମତ ପ୍ରକାଶ କରିଥିଲେ। ଗୀତିକାର ନିରଞ୍ଜନ ପରିଡ଼ା ଙ୍କ ରଚିତ ଯାଜପୁର ବନ୍ଧୁ ମହାନ୍ତି କ୍ୟାସେଟ୍ ଉନ୍ମୋଚିତ ହୋଇଯାଇଛି।ରାଜ୍ୟର ୧୦ ଟି ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରିଜିଓନାଲ ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ମୁଖ୍ୟ ବିଜୟିନୀ ପାକିଜା ସାମଲ ଙ୍କୁ ଶିକ୍ଷା କ୍ଷେତ୍ର ରେ ବିଶେଷ ଅବଦାନ ପାଇଁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି. ସେହିପରି ୧୪୦ ଜଣ କଳାକାରଙ୍କୁ ମା ବିରଜା ସମ୍ମାନ ରେ ସମ୍ମାନିତ କରାଯାଇଥିଲା।ଓଡ଼ିଶୀ ନୃତ୍ୟ,ଲୋକନୃତ୍ୟ ଗୁରୁ ଦିବ୍ୟାଲିଶା ନାୟକ, ସମୀକ୍ଷା ଲେଙ୍କା ଓ ଅର୍ଚ୍ଚନା ମିଶ୍ର ପ୍ରମୁଖ ପରିବେଷଣ କରିଥିଲେ। ସମାଜସେବୀ ରାଜେନ୍ଦ୍ର ରାଉତରାୟ, କଣ୍ଠଶିଳ୍ପୀ ବିଜୟିନୀ ଦାଶ,ସସ୍ମିତା ପାତ୍ର,ବିଜୟଲକ୍ଷ୍ମୀ ଶତପଥୀ,ସ୍ନେହାସୁଧା ଓଝା,ପ୍ରତିମା ସାହୁ,ସଙ୍ଗୀତା ମୁଦୁଲି, ମଧୁସ୍ମିତା ବିଶ୍ଵାଳ,ଶ୍ରଦ୍ଧା ସୁମନ ରାଉତ,ଗୌରୀ ପାଢ଼ୀ,ଜଗଦୀଶ ମଲ୍ଲିକ,ସାଇ ପ୍ରଭଂଶୁ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। କାର୍ଯ୍ୟକାରୀ ସଭାପତି ବିନୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking