25.1 C
Bhubaneswar
Tuesday, February 3, 2026
Homeଓଡିଶାମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଶୁଭାରମ୍ଭ

ଭୁବନେଶ୍ୱର: ଶୁଭାରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗଞ୍ଜାମ ତାରାତାରିଣୀ ପୀଠରୁ ଶୁଭାରମ୍ଭ କଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ବିଭୂତିଭୂଷଣ ଜେନା, ଗୋକୁଳାନନ୍ଦ ମଲ୍ଲିକ ଓ ବିଧାୟକ ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ମଧ୍ୟ ଉପସ୍ଥିତ ଅଛନ୍ତି । ୨୦୧ ବର -କନ୍ୟାଙ୍କ ସାମୁହିକ ବିବାହ ହେବ । ପ୍ରତ୍ୟେକ ବିବାହ ପାଇଁ ସରକାର ବ୍ୟୟ କରିବେ ୬୦ ହଜାର ଟଙ୍କା । ଏହି ଯୋଜନା ଶୁଭାରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଥିଲେ ଯେ ମହିଳାଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ ଆମ ସରକାରଙ୍କ ପ୍ରମୁଖ ସଙ୍କଳ୍ପ । କନ୍ୟା ବିବାହ ଯେପରି ସମସ୍ୟା ହୋଇ ରହିବନି, ଏହି ଯୋଜନା ମାଧ୍ୟମ ସାଜିବ । ଆମର ଏହି ପ୍ରୟାସ କେବଳ ଆର୍ଥିକ ସହାୟତା ମଧ୍ୟରେ ସୀମିତ ନୁହେଁ । ବରଂ ଏହା ସମାଜରୁ ଯୌତୁକ ଭଳି କୁପ୍ରଥାର ବିଲୋପ କରିବ । କନ୍ୟାଙ୍କ ପ୍ରତି ସମ୍ମାନଜନକ ଦୃଷ୍ଟିକୋଣ ସୃଷ୍ଟିରେ ବଡ ଭୂମିକା ଗ୍ରହଣ କରିବ । ଝିଅଙ୍କୁ ସମ୍ମାନ ଓ ସ୍ୱାଭିମାନର ସହ ନୂଆ ଜୀବନ ପ୍ରଦାନ ଆମର ଲକ୍ଷ୍ୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking