ମୁନିଗୁଡା: ଧାନ କିଆରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ରାୟଗଡା ଜିଲ୍ଲା ଅମ୍ବାଦଳ ଥାନା ଶରଧାପୁର ପଞ୍ଚାୟତ ଷୁଣ୍ଢିପଦର ଗାଁରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ମୃତକଙ୍କୁ ଚିଚି ରାମ ବାଗ (୮୧) ବୋଲି ଚିହ୍ନଟ କରାଯାଇଛି । ଗତକାଲି ରାତିରେ କେହି ଦୁର୍ବୃତ୍ତ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିବା ଅନୁମାନ କରାଯାଉଛି । ପୂର୍ବରୁ ଗୁଣିଗାରିଡି ସନ୍ଦେହରେ ବୃଦ୍ଧଙ୍କ ସହ ଗଣ୍ଡଗୋଳ ହୋଇଥିବା ନେଇ ସୂଚନା ମିଳିଛି । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ନିଜ ହୋପଜତକୁ ନେଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ କିଏ ଏବଂ କାହିଁକି ବୃଦ୍ଧଙ୍କୁ ହତ୍ୟା କରିଛି ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।










