29.1 C
Bhubaneswar
Monday, February 2, 2026
Homeଓଡିଶାକିନ୍ନରଙ୍କୁ ଛୁରୀ ଭୁସି ହତ୍ୟା ଅଭିଯୋଗ

କିନ୍ନରଙ୍କୁ ଛୁରୀ ଭୁସି ହତ୍ୟା ଅଭିଯୋଗ

ଭୁବନେଶ୍ୱର: କିନ୍ନରଙ୍କୁ ଛୁରୀ ଭୁସି ହତ୍ୟା ଅଭିଯୋଗ । ଗତକାଲି ବିଳମ୍ବିତ ଭୁବନେଶ୍ୱର- ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ଉତ୍ତରା ଛକ ନିକଟ ସିଫା ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ସାଲେପୁର ଅଞ୍ଚଳର ସୋନା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସୋନା ସିଫା ଛକଦେଇ ଯାଉଥିଲେ। ବାଇକ୍‌ରେ ପିଛା କରୁଥିବା ଦୁଇ ଯୁବକ ତାଙ୍କୁ ଅଟକାଇଥିଲେ। କୌଣସି କଥାକୁ ନେଇ ବଚସା ହେବା ପରେ ହଠାତ୍ ଜଣେ ଯୁବକ ଛୁରିରେ ସୋନାଙ୍କୁ ଆକ୍ରମଣ କରିଥିଲା। ସୋନା ଜୀବନ ବିକଳରେ ଦୌଡ଼ିବାରୁ ଦୁର୍ବୃତ୍ତଜଣକ ଗୋଡ଼େଇ ଗୋଡ଼େଇ ପଛରୁ ଛୁରି ଭୁସି ଚାଲିଥିଲା। ସେ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତ ମୁଣ୍ଡ, ଗୋଡ଼ ଓ ଜଙ୍ଘକୁ ବାରମ୍ବାର ଭୁସି ପକାଇଲା। ଏଭଳି କାଣ୍ଡ ଦେଖି ‌ପଥଚାରୀମାନେ ଅଟକିଗଲେ ସିନା ଭୟରେ ପାଖ ମାଡ଼ିଲେନି। ଦୁର୍ବୃତ୍ତମାନେ ପଳାଇବାର କିଛି ସମୟ ପରେ ଧଉଳି ଥାନା ପୁଲିସ ପହଞ୍ଚି ସୋନାଙ୍କୁ କ୍ୟାପିଟାଲ୍‌ ହସ୍‌ପିଟାଲକୁ ପଠାଇଥିଲା। ଖବର ପାଇ ରାଜଧାନୀର ବିଭିନ୍ନ ଅଞ୍ଚଳରୁ କିନ୍ନରମାନେ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ଉତ୍ତେଜନା ବଢ଼ିବା ଦେଖି ପୁଲିସ ମୁତୟନ କରାଯାଇଥିଲା। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମାତ୍ର ଦୁଇ ଦିନ ହେଲା ସୋନା ଭୁବନେଶ୍ବର ଆସି ଉତ୍ତରା ଅଞ୍ଚଳରେ ରହୁଥିଲେ। ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଧଉଳି ଓ ପିପିଲି ଥାନା ପୁଲିସ ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ହତ୍ୟାକାରୀଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking