ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ ୨୦୨୬-୨୭ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଉପସ୍ଥାପନା କରିଥିଲେ ନିର୍ମଳା ସୀତାରମଣ । ଏହାରି ଭିତରେ ସାଧାରଣ ଲୋକଙ୍କ ପାଇଁ ସବୁଠାରୁ ବଡ ଆଶ୍ୱସ୍ତିକର ଖବର ଆସିଛି । ଏଥର ବଜେଟରେ କିଛି ଜିନିଷ ଶସ୍ତା ହେଇଥିବା ବେଳେ କିଛି ମହଙ୍ଗା ହୋଇଛି । ଯେପରିକି, ମଦ ମହଙ୍ଗା ହୋଇଛି । ସିଗାରେଟ, ପାନ ମସଲା, ତମାଖୁ ସାମଗ୍ରୀ ଏସବୁ ମହଙ୍ଗା ହୋଇଛି ।କ୍ୟାନସର, ମଧୁମେହ ଭଳି ୭ ଗମ୍ଭୀର ରୋଗର ଔଷଧ ଶସ୍ତା ହେବ । ବାୟୋ – ସିଏନଜି ଗ୍ୟାସ ଶସ୍ତା ହେବ । ସୌର ଚାଳିତ ବସ୍ତୁ, ସି-ଫୁଡ ଶସ୍ତା ହେବ । କ୍ୟାନସର ରୋଗର ୧୭ଟି ଔଷଧ ଶସ୍ତା ହେବ । ଚମଡାରୁ ପ୍ରସ୍ତୁତ ଜୋତା, ବ୍ୟାଗ ଶସ୍ତା ହେବ ।










