19.1 C
Bhubaneswar
Monday, February 2, 2026
Homeଓଡିଶାହାଇୱା ଧକ୍କାରେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତାରୋକ୍

ହାଇୱା ଧକ୍କାରେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତାରୋକ୍

ଧର୍ମଶାଳା: ଧର୍ମଶାଳା ଥାନା ୫୩ ନମ୍ବର ଜାତୀୟ ରାଜପଥର କାନପୁର ଠାରେ ଆଜି ଜଣେ ସାଇକେଲ୍ ଆରୋହୀଙ୍କ ଉପରେ ହାଇୱା ଗାଡି ମାଡିଯିବାରୁ ଘଟଣାସ୍ଥଳରେ ସାଇକଲ୍ ଅରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ସ୍ଥାନୀୟ କାନପୁର ଗ୍ରାମର ଗଜେନ୍ଦ୍ର ଦେଉରୀ (୪୮) ବୋଲି ଜଣାପଡିଛି। ଗଜେନ୍ଦ୍ର ଔଷଧ ଆଣିବକୁ ଆଜି ନିଜ ସାଇକେଲ୍‌ରେ ଅରୁହା ଛକକୁ ଯାଉଥିବା ବେଳେ ଡୁବୁରୀ ପଟରୁ ଚଣ୍ଡିଖୋଲ ଆଡକୁ ଯାଉଥିବା ଓଡି-୦୪ ଏ- ୩୨୭୫ନଂ ମାଲବୋଝେଇ ହାଇୱା ଗାଡି ତାଙ୍କ ଉପରେ ଚଡିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ସହିତ ଉକ୍ତ ସ୍ଥାନରେ ଏକ ଗଳିପୋଲ ନିର୍ମାଣ କରିବା ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ତେବେ ଖବର ପାଇ ଧର୍ମଶାଳା ଥାନା ଅଧିକାରୀ ଓ ଅନ୍ୟ ପୁଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ôଚ ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କ୍ଷତିପୂରଣ ସହ ସେଠାରେ ଗଳିପୋଲ ନିର୍ମାଣର ପ୍ରତିଶ୍ରୁତି ନମିଳିବା ଯାଏଁ ରାସ୍ତା ଅବରୋଧ ଜାରିରହିବ ବୋଲି ଉତ୍ୟକ୍ତ ଲୋକେ ଜିଦ ଧରି ବସିଥିଲେ। ଫଳରେ ଚଣ୍ଡିଖୋଲ ଡୁବୁରୀ ୫୩ ନଂ ଜତୀୟ ରାଜପଥର ଉଭୟ ପାଶ୍ୱର୍ରେ ଶହ ଶହ ସଂଖ୍ୟାରେ ଗାଡି ଅଟକି ରହିଥିଲା। ଘଟଣାସ୍ଥଳରେ ଧର୍ମଶାଳା ଅତିରିକ୍ତ ତହସିଲ୍‌ଦାର ଗଗନ ବିହାରୀ ଦାଶ ପହଞ୍ôଚ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାର ପ୍ରତିଶ୍ରୁତି ଦେଇଥିଲେ। ଏଥିସହିତ ଜ।।ତୀୟ ରଜପଥ ପ୍ରାଧିକରଣର ଅଧିକାରୀମାନେ ସେଠାରେ ପହଞ୍ôଚ ଗଳିପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେବା ପରେ ୪ ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା। ଦୁର୍ଘଟଣାକୁ ନେଇ ଧର୍ମଶାଳା ପୁଲିସ ୩୬/୨୬ରେ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣାଗ୍ରସ୍ତ ସାଇକେଲ୍ ଓ ହାଇୱା ଗାଡିକୁ ଜବତ କରି ଶବ ବ୍ୟବଛେଦ କରାଇ ଘଟଣାର ତଦନ୍ତ ଚଳାଇଛି । ଅନ୍ୟପଟେ ଦୀର୍ଘ ବର୍ଷ ଧରି ଚଣ୍ଡିଖୋଲ ଡୁବୁରୀ ଜତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଏହା କେବେ ସମାପ୍ତ ହେବ ତାକୁ ନେଇ ଲୋକମାନଙ୍କ ମଧ୍ୟରେ ଆଶା ଓ ଆଶଙ୍କା ଦେଖାଦେଇଛି। ଏହି ସମ୍ପ୍ରସାରଣ କାର୍ଯ୍ୟ ଯେଗୁଁ ଅନେକ ସମୟରେ ଦୁର୍ଘଟଣାମାନ ଘଟି ଧନଜୀବନ ହାନୀ ହେଉଛି। ଏଥିପ୍ରତି ବିଭଗୀୟ ଉଚ୍ଚ ଅଧିକାରୀମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking