19.1 C
Bhubaneswar
Monday, February 2, 2026
Homeଓଡିଶାଆସନାକାଲିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘ ମେଳା

ଆସନାକାଲିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘ ମେଳା

ଢେଙ୍କାନାଳ: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମଘା ମେଳା ଆସନାକାଲି (ଶନିବାର) ପ୍ରାତ ବ୍ରହ୍ମମୁହୂର୍ତରୁ ଆରମ୍ଭ ହେବାକୁ ଯାଉଛି। ସନ୍ଧ୍ୟା ୫.୧୫ ମିନିଟରେ ଗାଦୀ ମନ୍ଦିରର ଚାରିଦ୍ୱାରରେ ଝାଡ଼ଦୀପ ପ୍ରଜ୍ୱଳନ କାରାଯିବ। ଜଗତ ଭକତର ମଙ୍ଗଳ ପାଇଁ ମହିମା ସନ୍ୟାସୀମାନେ ଝାଡଦୀପ ପ୍ରଜ୍ୱଳନ କରିବେ। ମହିମା ଗାଦିରେ ଯୋରନ୍ଦା ମେଳା ପାଇଁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଛତିଶଗଡ, ପଶ୍ଚିମବଙ୍ଗ ଆଦି ଅଞ୍ଚଳରୁ ହାଜର ହାଜର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇ ସାରିଲାଣି। ମାନସିକ କରିଥିବା ଛୋଟ ଛୋଟ ଶିଶୁମାଙ୍କୁ କେଶମଣ୍ଡନ କାରି ଅଭିଭାବକମାନେ ମେଳା ଭ୍ରମଣ ଆରମ୍ଭ କରିଦେଲେଣି। ବାହାରୁ ଆସୁଥିବା ପର୍ଯ୍ୟଟକମାନେ ପହଞ୍ôଚ ମନ୍ଦିର ଓ ମହିମା ଧର୍ମ ସମ୍ପର୍କରେ ବୁଝୁଛନ୍ତି। ରାତି ସୁଦ୍ଧା ଆହୁରି ଭକ୍ତ ଓ ସାଧୁମାନଙ୍କର ସମାଗମ ବଢିବାର ସମ୍ଭାବନା ରହିଛି । ଏଥିପାଇଁ ଶନିବାର ପ୍ରାତଃ ବ୍ରହ୍ମମୁହୂର୍ତରେ ସାଢେ ୩ଟାରେ ଗାଦି ମନ୍ଦିର, ଶୂନ୍ୟ ମନ୍ଦିର, ଧୂନୀ ମନ୍ଦିର ସମେତ ଅନ୍ୟାନ୍ୟ ଉପାସନା ପୀଠରେ ନୀତି ଆରମ୍ଭ ହେବ। ପ୍ରାତଃ ବ୍ରହ୍ମ ମୁହୂର୍ତରେ ମନ୍ଦିରର ଚାରିଦ୍ୱାର ଖୋଲାଯାଇ ରୂପାଗରାରେ ପାଣି ମନ୍ଦିର ଚତୁଃପାଶ୍ୱରେ ସିଞ୍ଚନ କାରାଯିବ। ଅଗୁର, କର୍ପୂର ଓ ଚନ୍ଦନ ପାଣି ସିିଞ୍ଚନ ପରେ ଛେରା ପହଁରା କାରାଯିବ। ତ୍ରିସନ୍ଧ୍ୟା ପୂଜାପରେ ୫.୧୫ରେ ଝାଡ଼ ଦୀପ ପ୍ରଜ୍ୱଳିତ ହେବ।

ଏଥିପାଇଁ ମହିମା ଗାଦି ନୀତି ମନ୍ଦିରରୁ ଝାଡଦୀପକୁ ସୁସଜ୍ଜିତ କରାଯାଇ ରଖାଯାଇଛି। ସତ୍ୟ ମହିମା ଧର୍ମ ଧାମ ପରିଚାଲନା ସମିତିର ବୈଠକ ବସି ନୀତି ନିର୍ଦ୍ଧାରଣ କରାଯାଇଛି। କେତକ ତ୍ୟାଗୀ ବୈରାଗୀକୁ କୌପନୀ ବାନା ପ୍ରଦାନ କରାଯାଇଛି । ମହିମା ଗାଦିର ବିଭିନ୍ନ ମନ୍ଦିର ତଥା ସର୍ବସ୍ଥାନ ନୀତି ଉପାସନା ପୀଠମାନଙ୍କରେ ସାଧୁ ଭକ୍ତମାନେ ଉପସ୍ଥିତ ରହି ଘଣ୍ଟ, ଶଙ୍ଖ, ଢୋଲ, ଟମକା, ଭେରି, ତୁରୀ, ମୃଦଙ୍ଗ, କରତଳତଥା ନାନାପ୍ରକାର ବାଦ୍ୟଯନ୍ତ୍ର ନିନାଦିକ ଜଗତର ହିତଳ, ସାର୍ବଜନ ପ୍ରାଣୀମାନଙ୍କ ମଙ୍ଗଳର୍ଥେ ନିମିତ ଅଖଣ୍ଡବତୀ ଓ ଜ୍ୟୋତିରେ ଘୃତାହୂତି କରିବା ସଙ୍ଗେ ସଙ୍ଗେ ବ୍ରହ୍ମଧୂନୀରେ ଘୃତାହୂତି ପ୍ରଦାନ କରାଯିବ। ସକାଳ ୫ଘଟିକା ସୁଦ୍ଧା ମହାପ୍ରଭୁଙ୍କର ଅବକାଶ ସ୍ତୁଟି ପ୍ରାର୍ଥନା, ଭିକ୍ଷା ଭଜନ ଆଦି ପାଠ ପରେ ଶୂନ୍ୟପ୍ରଭୁଙ୍କ ନିକଟରେ ଅମୁଣିଆ ପ୍ରସାଦ ଅର୍ପଣ କରାଯାଇ ଛୋଟ ଛୋଟ ବାଳକ, ବାଳିକା ତଥା ସର୍ବସାଧାରଣଙ୍କୁ ମହାପ୍ରସାଦ ବିତରଣ କରାଯିବ। ସକାଳ ୬ଘଟିକା ଠାରୁ ୨ଘଟିକା ପର୍ଯ୍ୟନ୍ତ ପ୍ରତ୍ୟେକ ମନ୍ଦିରର ନୀତିସେବକ ସନ୍ନ୍ୟାସୀମାନେ ନିଜ ନିଜ କାର୍ଯ୍ୟ ସମ୍ପାଦନ କରିବା ସଙ୍ଗେ ସଙ୍ଗେ ଜଗତ ଭକତର ମଙ୍ଗଳ କାମନା କରିବେ। ମେଳା ପଡିଆରେ ଅସ୍ଥାୟୀ ଦୋକାନ ଗୁଡିକ ସେମାନଙ୍କର ପ୍ରସରା ମେଲାଇଛନ୍ତି। ଚାଳିତ ବର୍ଷ ଯୋରନ୍ଦା ମେଳାରେ ରାଜ୍ୟ ଏବଂ ଦେଶ ବିଦେଶରୁ ବିଭିନ୍ନ ପ୍ରାନ୍ତରରୁ ସାଧୁ ସନ୍ଥ ଓ ସନ୍ନ୍ୟାସୀମାନଙ୍କର ଆଗମନ ଯୋରନ୍ଦା ମହିମା ଗାଦିକୁ ବଢ଼ିବାରେ ଲାଗିଛି।

ଅନୁକୂଳ ପାଗ ଯୋଗୁଁ ବିଭିନ୍ନ ପ୍ରାନ୍ତରରୁ ମହିମା ସନ୍ନ୍ୟାସୀ, ଭକ୍ତମାନଙ୍କର ସୁଅ ଛୁଟିବାରେ ଲାଗିଛି। ମେଳାକୁ ଆକର୍ଷଣୀୟ ସରସ ସୁନ୍ଦର କରିବା ପାଇଁ ପ୍ରଶାସନ ପୁଲିସ ପଞ୍ଚାୟତା ସାଧୁ ସନ୍ଥ ଓ ସ୍ଥାନୀୟ ଅଞ୍ଚଳବାସୀ ଲାଗି ପଡିଛନ୍ତି। ଶୁକ୍ରବାର ଅପରାହ୍ନରେ ଅରକ୍ଷୀ ଅଧିକ୍ଷକ ଅଭିନ୍ୱ ସୋନାକର, ଉପଜିଲ୍ଲାପାଳ ବିବୁଧ ଗଡ଼ନାୟକ, ଗଁଦିଆ ବିଡିଓ ପବିତ୍ର ବେହେରା, ତହସିଲଦାର ସତ୍ୟଜିତ ମହାପାତ୍ର, ଗଁଦିଆ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ଦଳେଇ, ଯୋରନ୍ଦା ଫାଣ୍ଡି ଅଧିକାରୀ ମାଗୁଣି ଗଡ଼ନାୟକ ପ୍ରମୁଖ ପହଞ୍ôଚ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମେଳାରେ ମନୋରଞ୍ଜନ ପାଇଁ ରାତ୍ରୀରେ ବିଭିନ୍ନ ଅପେରା ପାର୍ଟି ନାଟକ ପରିବେଷଣ କରିବାର ବ୍ୟବସ୍ଥା ହୋଇଛି। ଏଥିସହ ବିଭିନ୍ନ ରକମର ଦୋଳି, ମିନା ବଜାର ଭଳିକି ଭଳି ଖାଦ୍ୟ ସାମଗ୍ରୀ ଷ୍ଟଲ ଖୋଲାଯାଇଛି। ଆଞ୍ଚଳିକ ଶିଳ୍ପ କାଳରହସ୍ତଶିଳ୍ପ ପ୍ରଦର୍ଶନୀ ଶ୍ରଦ୍ଧାଳୁଙ୍କୁ ବେଶ ଆକୃଷ୍ଟ କରିବ ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ଆଧାରକରି ଘଟଣାସ୍ଥଳକୁ ବାରମ୍ବାର ଜିଲ୍ଲା ପ୍ରଶାସନ ପରିଦର୍ଶନରେ ଆସି ଶୃଙ୍ଖଳା ବଜାଇ ରଖିବା ପାଇଁ ଚେଷ୍ଟା ଚଳାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking