17.1 C
Bhubaneswar
Monday, February 2, 2026
Homeଓଡିଶାଝାରସୁଗୁଡାରେ ତ୍ରିଲୋଚନ ନେତ୍ରାଳୟରେ ଭୟଙ୍କର ଅଗ୍ନିକାଣ୍ଡ

ଝାରସୁଗୁଡାରେ ତ୍ରିଲୋଚନ ନେତ୍ରାଳୟରେ ଭୟଙ୍କର ଅଗ୍ନିକାଣ୍ଡ

ଝାରସୁଗୁଡା: ଝାରସୁଗୁଡାରେ ତ୍ରିଲୋଚନ ନେତ୍ରାଳୟରେ ଭୟଙ୍କର ଅଗ୍ନିକାଣ୍ଡ । ଝାରସୁଗୁଡାର ବେହେରାମାଲ ଛକ ସ୍ଥିତ ତ୍ରିଲୋଚନ ନେତ୍ରାଳୟରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତର ସୂଚନା ମିଳିନାହିଁ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟା ସମୟରେ ଦୋକାନରେ ନିଆଁ ଲାଗିଯାଇଥିଲା । କୋଠାର ଦ୍ୱିତୀୟ ମହଲାରେ ନିଆଁ ଲାଗିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏହି ଅଗ୍ନିକାଣ୍ଡରେ ଉପର ଓ ତଳ ମହଲାରେ ଥିବା ଏସବିଆଇ ଓ ଆଇସିଆଇସିଆଇ ଲମ୍ବାର୍ଡ ଅଳ୍ପକେ ବର୍ତ୍ତି ଯାଇଛି। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking