29.1 C
Bhubaneswar
Sunday, May 3, 2026
Homeଦେଶ ବିଦେଶପଞ୍ଚଭୂତରେ ଲୀନ ଅଜିତ ପାୱାର

ପଞ୍ଚଭୂତରେ ଲୀନ ଅଜିତ ପାୱାର

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ଅଜିତ ପାୱାର। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ । ବାରାମତୀ ବିଦ୍ୟା ପ୍ରତିଷ୍ଠାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜନସମୁଦ୍ର ପାଲଟିଛି ମହାରାଷ୍ଟ୍ର ବାରାମତୀ । ଶେଷ ଦର୍ଶନ ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି । ଲୁହ ଭିଜା ଆଖିରେ, କୋହ ଭରା କଣ୍ଠରେ ପରିବାର ଲୋକେ ବିଶିଷ୍ଟ ରାଜନେତା ,ମନ୍ତ୍ରୀ ବିଦାୟ ଦେଇଛନ୍ତି ।ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଅନ୍ତିମ ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ , ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସମେତ ବିଶିଷ୍ଟ ରାଜନେତା, ସମର୍ଥକ , ପ୍ରଶଂସକ ଉପସ୍ଥିତ ଅଛନ୍ତି । ଅଜିତଙ୍କ ସମ୍ମାନରେ ୩ ଦିନିଆ ରାଜ୍ୟ ଶୋକ ପାଳନ କରାଯାଉଛି । ସୂଚନାଥାଉ କି ଗତକାଲି ବୁଧବାର ସକାଳ ୮ଟା ୪୦ ମିନିଟ୍‌ରେ ଏକ ଛାତିଥରା ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ମୁଖ୍ୟ ଅଜିତ ପାୱାରଙ୍କ ପରଲୋକ ହୋଇଥିଲା । ତାଙ୍କୁ ନେଇ ଯାଉଥିବା ଚାର୍ଟାର୍ଡ ବିମାନଟି ବାରାମତି ବିମାନବନ୍ଦରରେ ଦ୍ୱିତୀୟ ଥର ପାଇଁ ଜରୁରିକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବାବେଳେ ବିମାନଟି ଖଣ୍ଡଖଣ୍ଡ ହୋଇ ଜଳି ଯାଇଥିଲା। ପାୱାରଙ୍କ ବ୍ୟତୀତ ଦୁଇ ପାଇଲଟ୍ ଓ ଦୁଇ ସୁରକ୍ଷା କର୍ମୀ (ଜଣେ ପିଏସ୍ଓ ଓ ଜଣେ ଆଟେଣ୍ଡାଣ୍ଟ) ମଧ୍ୟ ପ୍ରାଣ ହରାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking