23.1 C
Bhubaneswar
Monday, February 2, 2026
Homeଓଡିଶାଦୁଇଦିନ ପରେ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘ ମେଳା

ଦୁଇଦିନ ପରେ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘ ମେଳା

ଢେଙ୍କାନାଳ: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା ଆଉ ଦୁଇ ଦିନ ବାକି ଅଛି। ମହିମା ଧର୍ମର ସାଧୁ, ଭକ୍ତ, ସ୍ଥାନୀୟ ବାସିନ୍ଦା ଓ ଉଠା ଦୋକାନୀଙ୍କ ସମାଗମରେ ମହିମାଗାଦି ଚଳଚଞ୍ଚଳ ହୋଇଉଠିଛି। ଚଳିତବର୍ଷ ଭଲ ଫସଲ ହୋଇଥିବାରୁ ଓ ସନ୍ନ୍ୟାସୀମାନଙ୍କ ମଧ୍ୟରେ ସୌହାଦ୍ଦ୍ୟପୂର୍ଣ୍ଣର୍ ବାତାବରଣ ଥିବାରୁ ମେଳା ଶାନ୍ତିଶୃଙ୍ଖଳାର ସହ ହେବବୋଲି ଆଶା କରାଯାଉଛି। ପ୍ରାୟ ୫ଲକ୍ଷ ଭକ୍ତ ଓ ଯାତ୍ରୀଙ୍କ ସମାଗମ ହେବବୋଲି ଅନୁମାନ କରାଯାଉଛି। ଓଡ଼ିଶାର ନିଜସ୍ୱଧର୍ମ ଆଦିପାଠୀ ମହିମାଗାଦି ଯୋରନ୍ଦାର ମହିମାସ୍ୱାମୀ ନିଜର ଲୀଳାଖେଳା ସମ୍ବରଣ କରି ଏହି ପୀଠକୁ ସମଗ୍ର ବିଶ୍ୱ ଦରବାରରେ ପରିଚିତ କରି ପାରିଛନ୍ତି। ୧୮୭୪ମସିହାରେ ମହିମାସ୍ୱାମୀଙ୍କ ମହାପ୍ରୟାଣ ପରଠାରୁ ପ୍ରତିବର୍ଷ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଯୋରନ୍ଦା ମେଳା ହୁଏ। ମହିମାସ୍ୱାମୀମାନେ ଯୋରନ୍ଦା ମେଳାରେ ଗୁରୁଗାଦି ମହିମାଗାଦିକୁ ଆସି ଶୂନ୍ୟ ପ୍ରଭୁଙ୍କୁ ଆରଧାନ କରି ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ଘୃତାହୂତି ଦେବା ପାଇଁ ଅପେକ୍ଷା କରିଥାନ୍ତି। ମହିମା ଗାଦିରେ ଥିବା ଉପାସନା ପୀଠ ଗାଦିମନ୍ଦିର, ଶୂନ୍ୟ ମନ୍ଦିର, ଧୂନିମନ୍ଦିର, ଏକୋଇଶହାତି ଟୁଙ୍ଗି ଓ ଅଖଣ୍ଡ ଜ୍ୟୋତିମନ୍ଦିର ଆଦିରେ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ଓ ପୂର୍ଣ୍ଣମୀ ତିଥିରେ ବୃହତ ବୃହତ ଝଡ ଦୀପରେ ଘୃତାହୃତି କରାଯାଏ। ଏକ ପବିତ୍ର ତିଥିରେ ଘୃତାହୃତି କଲେ ଅଶେଷକୃପା ଲାଭ ହୁଏ ବୋଲିମହିମା ଧର୍ମାବଲମ୍ବୀମାନେ ବିଶ୍ୱାସ କରନ୍ତି। ବର୍ଷ ବର୍ଷଧରି ଏହି ମେଳା ମାନବଧର୍ମର ଏକ ମହୋତ୍ସବ ଭାବରେ ପ୍ରତିଭାତ ହେଉଛି। ଏହି ମେଳାକୁ ସୁନ୍ଦର କରିବା ପାଇଁ ଜିଲ୍ଲା ପ୍ରଶାସନ, ଯୋରନ୍ଦା ଗ୍ରାମପଞ୍ଚାୟତ ମହିମାସନ୍ନ୍ୟାସୀ, ଭକ୍ତ ଓ ସ୍ଥାନୀୟ ଜନସାଧାରଣ ଉଦ୍ୟମ ଅବ୍ୟାହତ ରଖିଛନ୍ତି ବୋଲି ଯୋରନ୍ଦା ପଞ୍ଚାୟତର ସରପଞ୍ଚ ଆରତୀ ନାୟକ କହିଛନ୍ତି। ମହିମା ସମାଜର ପକ୍ଷରୁ ମେଳା ପାଇଁ ପ୍ରସ୍ତୁତି ଚଳିଛି। ପରିବ୍ରାଜକ ସନ୍ନ୍ୟାସୀମାନେ ନିଜ ନିଜ ଅଞ୍ଚଳରୁ ମହିମା ଗାଦିକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଦୂରଦୂରାନ୍ତରୁ ସନ୍ନ୍ୟାସୀମାନେ ମାସେ ହେଲା ଚାଲିଚାଲି ଆସି ମହିମା ଗାଦିରେ ପହଞ୍ôଚଲେଣି। ମହିମା ସମାଜ ପକ୍ଷରୁ ପ୍ରଭୁ ମହିମା ସ୍ୱାମୀଙ୍କ ଝାଡଜଳା ପାଇଁ ବୃହତ ଝାଡ ସବୁ ପ୍ରସ୍ତୁତ ହୋଇରହିଛି। ଚଳିତ ବର୍ଷ ବହୁ ସଂଖ୍ୟାରେ ସାଧୁ ଓ ଶ୍ରଦ୍ଧାଳୁ ଯୋଗଦେବା ଆଶା କରାଯାଉଛି। ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ପଡୋଶୀ ବିହାର, ଝାଡ଼ଖଣ୍ଡ, ଆସାମ୍ , ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗରୁ ଭକ୍ତ, ଯାତ୍ରୀ ଓ ସନ୍ନ୍ୟାସୀମାନେ ଗୁରୁ ଗାଦିରେ ପହଞ୍ôଚବାରେ ଲାଗିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking