23.1 C
Bhubaneswar
Monday, February 2, 2026
Homeଓଡିଶାବିଜେପି ସରକାର ଏକ ଜନମାରଣ ସରକାର: ଯୁବ ଓ ଛାତ୍ର ବିଜେଡି

ବିଜେପି ସରକାର ଏକ ଜନମାରଣ ସରକାର: ଯୁବ ଓ ଛାତ୍ର ବିଜେଡି

ପିୟୁସିସି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଜନମାରଣ ଆଭିମୁଖ୍ୟ ସ୍ପଷ୍ଟ ହୋଇଛି
ବିଜେପି ସରକାର ରାଜ୍ୟବାସୀଙ୍କୁ ଶୋଷଣ କରୁଛି
ସ୍ମାର୍ଟ ମିଟର ଲଗାଇ ସ୍ମାର୍ଟ ଶୋଷଣ କରିବା ପାଇଁ ଯୋଜନା ହୋଇଛି

ଭୁବନେଶ୍ୱର: ବିଜୁ ଯୁବ ଛାତ୍ର ଜନତା ଦଳ ଦ୍ୱାରା ପୂର୍ବରୁ କରାଯାଇଥିବା ଘୋଷଣା ଅନୁଯାୟୀ ଆଜି କୋରାପୁଟ ଠାରେ ପିୟୁସିସି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟ ବିଜେପି ସରକାର ଏକ ଜନବିରୋଧୀ ସରକାରରେ ପରିଣତ ହୋଇଛି ବୋଲି ବିଜୁ ଜନତା ଦଳ ତରଫରୁ ଅଭିଯୋଗ କରାଯାଇଛି ।
କୋରାପୁଟ ଠାରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଆୟୋଜନ କରାଯାଇଥିବା ଏହି ବିକ୍ଷୋଭରେ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ଯୋଗ ଦେଇଥିଲେ । ଏହି ବିକ୍ଷୋଭରେ ଉଦ୍ବୋଧନ ଦେଇ ଶ୍ରୀ ଚିନ୍ମୟ ସାହୁ କହିଥିଲେ, ରାଜ୍ୟ ବିଜେପି ସରକାର ସମସ୍ତ ଦିଗରେ ବିଫଳତା ହାସଲ କରିବା ପରେ ଏବେ ଜନସାଧାରଣଙ୍କୁ ଶୋଷଣ କରିବା ଆରମ୍ଭ କରିଛନ୍ତି । ପିୟୁସିସିକୁ ନେଇ ରାଜ୍ୟ ସରକାର ଯେଉଁଭଳି ଭାବେ ରାଜ୍ୟବାସୀଙ୍କୁ ହନ୍ତସନ୍ତ କଲେ, ତାହା ରାଜ୍ୟବାସୀଙ୍କ ମନରେ ଅଲିଭା ଦାଗ ସଦୃଶ୍ୟ ରହି ଯାଇଛି । ଜନସାଧାରଣଙ୍କ ତଣ୍ଟି ଚିପି ଫାଇନ ଆଦାୟ କରିବା ଓ ପଲୁ୍ୟସନ ସାର୍ଟିଫିକେଟ ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇ ଯନ୍ତ୍ରଣା ଭୋଗିବା ଇତ୍ୟାଦି ସରକାରଙ୍କ ଜନବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି । ଏବେ ରାଜ୍ୟ ସରକାର ବିଜୁଳି ବିଲ୍ ମାଧ୍ୟମରେ ଲୋକଙ୍କୁ ହଇରାଣ କରିବା ଆରମ୍ଭ କରିଛନ୍ତି । ଘରେ ଘରେ ସ୍ମାର୍ଟ ମିଟର ଲଗାଇ ସ୍ମାର୍ଟ ଶୋଷଣ କରିବା ଆରମ୍ଭ କରିଛନ୍ତି । ଜନହିତକର ସରକାରୀ ଯୋଜନା ପାଇଁ ସରକାରଙ୍କ ପାଖରେ ଆର୍ଥିକ ଅଭାବ ରହିଛି, କିନ୍ତୁ ସ୍ମାର୍ଟ ମିଟର ଲଗାଇବା ପାଇଁ ସରକାର ୬୦୦୦ କୋଟି ଟଙ୍କା ଖର୍ଚ୍ଚ ବରାଦ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ଅନ୍ୟାୟ ଅନୀତି ବିରୋଧରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ ଜନଜାଗରଣ ସୃଷ୍ଟି କରିବ ।
ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ, ପଲୁ୍ୟସନ ସାର୍ଟିଫିକେଟକୁ ନେଇ ଜନସାଧାରଣଙ୍କୁ ଯେପରି ଭାବେ ହନ୍ତସନ୍ତ ଓ ଶୋଷଣ କଲେ, ସେଥିରୁ ରାଜ୍ୟ ସରକାରଙ୍କ ଜନମାରଣ ନୀତି ସ୍ପଷ୍ଟ ପ୍ରତିଫଳିତ ହେଉଛି । କେବଳ ପଲୁ୍ୟସନ ସାର୍ଟିଫିକେଟ ନୁହେଁ, ସମସ୍ତ ପ୍ରସଙ୍ଗରେ ବିଜେପି ସରକାରଙ୍କ ବିଫଳତା ଜଳ ଜଳ ହୋଇ ଦିଶୁଛି । ୧୮ ମାସର ବିଜେପି ଶାସନରେ ୨୦ଟି ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ଓ ବାତିଲ ହେବା ପରେ ବେକାର ଯୁବକ ଓ ଯୁବତୀ ମାନଙ୍କୁ ନିଯୁକ୍ତି ଦେବାର ବିଜେପିର ପ୍ରତିଶ୍ରୁତି ପ୍ରହସନରେ ପରିଣତ ହୋଇଛି । ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀରେ ବିଜେପି ନେତାଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଥିବା ବେଳେ ରାଜ୍ୟ ସରକାର ଏହାକୁ ରଫାଦଫା କରିବାକୁ ଉଦ୍ୟମ ଚଳାଇଛନ୍ତି । ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟରେ ଅତିଷ୍ଠ ହୋଇ ଅନେକ ସ୍ଥାନରେ ଯୁବ, ଛାତ୍ର ଓ ସାଧାରଣ ଜନତା ରାଜରାସ୍ତାକୁ ଓହ୍ଲାଉଛନ୍ତି ।
“ନୋ ପିୟୁସିସି, ନୋ ଫ୍ୟୁଏଲ୍” ନିୟମ ସହ ଅନ୍ୟ ଦଣ୍ଡମାନଙ୍କୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ରାଜ୍ୟ ସରକାର । ସମସ୍ତ ପ୍ରତିଯୋଗିତାମୂଳକ ପରୀକ୍ଷା ଗୁଡ଼ିକୁ ସ୍ୱଚ୍ଛତାର ସହ ପରିଚାଳନା କରିବାକୁ ଆହ୍ୱାନ କରିବା ସହ ଘରୋଇ ସ୍ମାଟର୍୍ ମିଟର୍ ସ୍ଥାପନା ତୁରନ୍ତ ବନ୍ଦ କରିବାକୁ ଦାବି କରିଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ । ବିଜେପି ସରକାର ଜନତାର ବାସ୍ତବ ଅସୁବିଧାକୁ ଉପେକ୍ଷା କରିଚାଲିଛନ୍ତି । ଓଡ଼ିଶାବାସୀଙ୍କ ଅଧିକାର ଓ ସ୍ୱାର୍ଥ ରକ୍ଷା ପାଇଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ ଗଣତାନ୍ତ୍ରିକ ଆନେ୍ଦାଳନକୁ ଆହୁରି ତୀବ୍ର କରିବ । ଜାନୁଆରୀ ୮ ତାରିଖରେ ଭୁବନେଶ୍ୱର ଆର୍ଟିଓ ଅଫିସ୍-୧ ସମ୍ମୁଖରେ ଏବଂ ଜାନୁଆରୀ ୧୨ ତାରିଖରେ ମୟୂରଭଞ୍ଜ ବାରିପଦା ଠାରେ ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ଆନେ୍ଦାଳନ କରିଥିଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ । ମାନ୍ୟବର ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଆଜି ରାଜ୍ୟ ସରକାର ସତ୍ୟପାଠ ଦାଖଲ କରି ସ୍ପଷ୍ଟ କରିଛନ୍ତି ଯେ, ପିୟୁସିସି ନଥିବା ଗାଡ଼ିକୁ ପେଟ୍ରୋଲ୍ ପମ୍ପରେ ଇନ୍ଧନ ଦେବାକୁ ମନା କରିପାରିବେ ନାହିଁ ପେଟ୍ରୋଲ ପମ୍ପ ମାଲିକ । ପେଟ୍ରୋଲ୍ ପମ୍ପ ଗ୍ରାହକମାନଙ୍କୁ କେବଳ ପିୟୁସିସି ପାଇଁ କହିପାରିବେ । ସମସ୍ତ ଚାଲାଣ ଭରିବାକୁ ବାଧ୍ୟ କରିପାରିବେ ନାହିଁ ସରକାର । ପରିବହନ ବିଭାଗ ଏନେଇ ବାହାନ ପୋର୍ଟାଲ୍ରେ ସଂଶୋଧନ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଓଡ଼ିଶାବାସୀଙ୍କ ପାଇଁ ଲଢ଼େଇ ଜାରି ରଖିବ ।
କୋରାପୁଟ ଜିଲ୍ଲା ବିଜେଡି ସଭାପତି ଝିନ ହିକକା, କେସିସି ବ୍ୟାଙ୍କ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀ, କୋରାପୁଟର ପୂର୍ବତନ ବିଜେଡି ବିଧାୟକ ରଘୁରାମ ପୋଡାଲ, ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ, ପଟ୍ଟାଙ୍ଗୀର ପୂର୍ବତନ ବିଜେଡି ବିଧାୟକ ପୀତମ ପାଢ଼ୀ, କୋରାପୁଟ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରସାଦ ବିଡିକା ଏବଂ ଦୁର୍ଗା ମିଶ୍ର, କୋରାପୁଟ ଜିଲ୍ଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଳକା, କୋରାପୁଟ ପୌରପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ବରିଷ୍ଠ ନେତା ତ୍ରିନାଥ ପାତ୍ର, ଗୋପାଳ ବେବର୍ତ୍ତା, ମୁନା ରଥ, ବାଲା ରାୟ, ରାମ ରାଉଳ, ପୂର୍ବତନ କୋରାପୁଟ ଜିଲ୍ଲା ମହିଳା ସଭାନେତ୍ରୀ ପାର୍ବତୀ ମସ୍ତି, ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ପଣ୍ଡା, ବିଜୁ ଯୁବ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ଦେବାଶିଷ ଖଡ଼ଙ୍ଗା, ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଅରୁଣ ମିଶ୍ର, ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଶିଳ୍ପା ପାଣି, ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଶଙ୍କର ସାଉଁଟା, ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ରବି ରାଜେଶ, ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ନୀଳମାଧବ ପାତ୍ର, ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ୱାଇ. ରୋହିତ କୁମାର, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସୁମିତ ପୂଜାରୀ, ବିଜୁ ଛାତ୍ର ଜନତା ଦଳର ରାୟଗଡ଼ା ଜିଲ୍ଲା ସଭାପତି ଉଦୟ ହିମିରିକା, କୋରାପୁଟ ଜିଲ୍ଲାର ସମସ୍ତ ୧୦ ବ୍ଲକର ଅଧ୍ୟକ୍ଷ/ଅଧ୍ୟକ୍ଷା, କୋରାପୁଟ ଜିଲ୍ଲାର ୧୫ ଜିଲ୍ଲା ପରିଷଦ ସଦସ୍ୟ ଏବଂ ନବନିଯୁକ୍ତ ବିଜେଡିର ସମସ୍ତ ବ୍ଲକ ଓ ନଗର ଅଧ୍ୟକ୍ଷ/ଅଧ୍ୟକ୍ଷା, କୋରାପୁଟ ଜିଲ୍ଲାର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲାର ହଜାର ହଜାର ଯୁବ ଓ ଛାତ୍ର କ୍ୟାଡ଼ର ଆଜିର ଏହି ପ୍ରତିବାଦ ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking