21.1 C
Bhubaneswar
Sunday, February 1, 2026
Homeଓଡିଶାପତାକା ଅବତରଣ ବେଳେ ଛାତ୍ର ମୃତ

ପତାକା ଅବତରଣ ବେଳେ ଛାତ୍ର ମୃତ

ପାରାଦୀପ: ଜାତୀୟ ପତାକା ଅବତରଣ ବେଳେ ବିଦ୍ୟୁତ ଆଘାତରେ ଛାତ୍ର ମୃତ। ମୃତକଙ୍କୁ ୧୦ମ ଶ୍ରେଣୀର ଛାତ୍ର ଓମ୍ ପ୍ରକାଶ ଦ୍ବିବେଦୀ ବୋଲି ଚିହ୍ନଟ କରାଯାଇଛି । ମୃତ ଛାତ୍ରଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ତେରଗାଁରେ ସୂଚନା ମିଳିଛି। କୁଜଙ୍ଗ ସମାଗୋଳ ସ୍ଥିତ ମାମୁ ଘରେ ରହି ଦଶମ ପାଠ ପଢ଼ୁଥିଲେ। ସୂଚନା ଅନୁସାରେ, ପାରାଦୀପ କୁଜଙ୍ଗର ଏକ କୋଚିଂ ସେଣ୍ଟର ଛାତରେ କରେଣ୍ଟ ଲାଗି ମୃତ୍ୟୁ ଘଟିଛି। ସୂର୍ଯ୍ୟାସ୍ତ ପୂର୍ବରୁ ପତାକା ଅବତରଣ କରିବା ବେଳେ ଜୀବନ ଗଲା। ପତାକାରେ ଲାଗିଥିବା ଜିଆଇ ରଡ୍ ଛାତ ଉପର ବିଦ୍ୟୁତ ତାରରେ ଲାଗିଥିଲା। କୋଚିଂ ସେଣ୍ଟର ଛାତ ଉପରୁ ପତାକା ଖୋଲୁଥିଲେ ଛାତ୍ର। ସେହି ସମୟରେ ବିଦ୍ୟୁତ ଝଟକାର ଶିକାର ହୋଇଥିଲେଫଳରେ ତାଙ୍କର ଜୀବନ ଯାଇଥିଲାଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ପାଇଁ କିଏ ଦାୟୀ ସେନେଇ ତଦନ୍ତ ଆରମ୍ଭ କରିଛିଛାତ୍ରଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking