ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳନ କରୁଛି ୭୭ତମ ଗଣତନ୍ତ୍ର ଦିବସ। ଦିଲ୍ଲୀ କର୍ତ୍ତବ୍ୟ ପଥରେ ଭବ୍ୟ ପରେଡ୍ର ହୋଇଛି ଆୟୋଜନ । ଭାଗ ନେଉଛି ୟୁରୋପୀୟ ୟୁନିଅନ୍ କଣ୍ଟିଜେଣ୍ଟ । ଶକ୍ତି, ଶୌର୍ଯ୍ୟ ଓ ପରାକ୍ରମ ପ୍ରଦର୍ଶନ କରୁଛନ୍ତି ଭାରତୀୟ ସେନା । ପରେଡ୍ରେ ଅଭିବାଦନ ଗ୍ରହଣ କରୁଛନ୍ତି ରାଷ୍ଟ୍ରପତି । ୧୯୬୫, ୧୯୭୧ ଏବଂ ୧୯୯୯ ମସିହାର ଯୁଦ୍ଧ ସାମଗ୍ରୀର ପ୍ରଦର୍ଶନ । ବାୟୁ ଯୋଦ୍ଧାଙ୍କ ପକ୍ଷରୁ ସାମରିକ ଶକ୍ତି ପ୍ରଦର୍ଶନ । ଅପରେସନ ସିନ୍ଦୂରରେ ବ୍ୟବହୃତ ଅସ୍ତ୍ରଶସ୍ତ୍ରର ମଡେଲ୍ ପ୍ରଦର୍ଶନ । ପରେଡରେ ଶକ୍ତିବନ ଏବଂ ଦିବ୍ୟାସ୍ତ୍ର, ସ୍ୱତନ୍ତ୍ର ଉଚ୍ଚ ଗତିଶୀଳ ଯାନ (HMV 6×6), ତା’ପରେ ଧନୁଷ ବନ୍ଧୁକ ପ୍ରଣାଳୀ ଏବଂ ଆମୋଘ ଆଡଭାନ୍ସଡ୍ ଟୱେଡ୍ ଆର୍ଟିଲାରୀ ଗନ୍ ପ୍ରଣାଳୀ (ATAGS) ପ୍ରଦର୍ଶିତ ହୋଇଛି । ପରେଡ ମାର୍ଗରେ ସୁପରସୋନିକ୍ ବ୍ରହ୍ମୋସ୍ ଅସ୍ତ୍ର ପ୍ରଣାଳୀ, ସ୍ୱଦେଶୀ ସୂର୍ଯ୍ୟାସ୍ତ୍ର ୟୁନିଭର୍ସାଲ୍ ରକେଟ୍ ଲଞ୍ଚର୍ ସିଷ୍ଟମ୍ ସହିତ, ଦୀର୍ଘ ଦୂରଗାମୀ ସଠିକତା ଏବଂ ପ୍ରଚଣ୍ଡ ଗୁଳିଚାଳନା ଶକ୍ତିର ଏକ ଶକ୍ତିଶାଳୀ ମିଶ୍ରଣ ପ୍ରଦର୍ଶିତ ହୋଇଛି ।










