26.1 C
Bhubaneswar
Wednesday, February 4, 2026
Homeଓଡିଶାସଚିବ ଉଷା ପାଢୀଙ୍କୁ ଗିରଫ ନିର୍ଦ୍ଦେଶ

ସଚିବ ଉଷା ପାଢୀଙ୍କୁ ଗିରଫ ନିର୍ଦ୍ଦେଶ

କଟକ: ଜାନୁଆରା ୨୨ ତାରିଖକୁ ମାମଲା ଶୁଣାଣି ପାଇଁ ଥିଲା । ସେହିଦିନ ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢୀ ଏବଂ ଅନ୍ୟ ଅଧିକାରୀଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଅଧିକାରୀମାନେ ଅଦାଲତଙ୍କଠାରୁ ପୁଣି ସମୟ ଲୋଡିଥିଲେ । ଏହାକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି । ତାରିଖ ପରେ ତାରିଖ ମାଗିଚାଲିବା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ମତ ଦେବା ସହ ଏହା ଅଦାଲତଙ୍କ ଆଦେଶରେ ଅବମାନନା ବୋଲି କହିଛନ୍ତି । ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ସଚିବ ଉଷା ପାଢୀଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି ଯେ, ପୁଲିସ କମିସନର ସଚିବ, ଉଷା ପାଢୀ ଓ ଅନ୍ୟମାନଙ୍କୁ ଗିରଫ କରି ଆସନ୍ତା ୩୦ ତାରିଖ ସକାଳ ସାଢେ ୧୦ଟାରେ ଅଦାଲତରେ ହାଜର କରାଇବେ । ଅବଶ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଯଦି ଅଦାଲତଙ୍କ ଆଦେଶ ସମୟ ମଧ୍ୟରେ ଯଦି ଅଦାଲତଙ୍କ ଆଦେଶ କାର୍ଯ୍ୟକାରୀ ହୋଇଥାଏ ତାହେଲେ ଉଷା ପାଢୀ ଓ ଅନ୍ୟ ଅଧିକାରୀ ମାନଙ୍କୁ ହାଜର କରାଇବା ଆବଶ୍ୟକତା ନାହିଁ । ପିଲୋନା ମହାନ୍ତିଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ ଡିକେ ଶ୍ରୀପଦ ଏବଂ ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ରୁଜୁ ଅଦାଲତ ଅବମାନନା ମାମଲାର ଶୁଣାଣି ୨୦୨୫ ଡିସେମ୍ବର ୧୨ରେ ହେବାକୁ ଧାର୍ଯ୍ୟ ହୋଇଥିଲା । ପ୍ରତିପକ୍ଷ ଜବାବ ପାଇଁ ସମୟ ଲୋଡିଥିଲେ । ତେଣୁ ଅଦାଲତ ଜାନୁଆରୀ ୨୨ ତାରିଖକୁ ଧାର୍ଯ୍ୟ କରିଥିଲେ । କିନ୍ତୁ ୨୨ରେ ମଧ୍ୟ ପ୍ରତିପକ୍ଷ ସମୟ ଲୋଡିଥିଲେ । ହାଇକୋର୍ଟ କହିଛନ୍ତି, ଏହି କୋର୍ଟର କାର୍ଯ୍ୟ ନୁହେଁ ବାରମ୍ବାର ସମୟ ଗଡାଇଚାଲିବା । ନଗର ଉନ୍ନୟନ ସଚିବ ଉଷା ପାଢୀ, ପୌର ନିର୍ଦ୍ଦେଶକ ଗଗନ ବିହାରୀ ସ୍ୱାଇ, ଟାଉନ ପ୍ଲାନିଂର ସ୍ୱତନ୍ତ୍ର ସଚିବ ସୁଶାନ୍ତ ମିଶ୍ର, କଟକ ଜିଲ୍ଲପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ, ଆଠଗଡ ସ୍ୱତନ୍ତ୍ର ପ୍ଲାନିଂ ଅଥରିଟିଙ୍କୁ ପୋଲିସ କମିସନର ହାଜର କରିବାକୁ ହାଇକୋର୍ଟ କହିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋକୁଳାନନ୍ଦ ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking