ଭୁବନେଶ୍ୱର:କଂଗ୍ରେସରୁ ସମୂହ ଇସ୍ତଫା ଦେଲେ ମୋକିମଙ୍କ ସମର୍ଥକ । ମୋଟ ୪୧ ଜଣ ଆଜି କଂଗ୍ରେସରୁ ସମୂହ ଇସ୍ତଫା ଦେଇଛନ୍ତି । ସେମାନଙ୍କ ଭିତରେ ରହିଛନ୍ତି ପୂର୍ବତନ ପିସିସି ସମ୍ପାଦକ, ପୂର୍ବତନ ମୁଖପାତ୍ର, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି, ମହିଳା କଂଗ୍ରେସ ସମ୍ପାଦକ ଯୁବ ଓ ଛାତ୍ର କର୍ମକର୍ତ୍ତା । ରାଜ୍ୟ କଂଗ୍ରେସର ଅପାରଗ ନେତୃତ୍ୱକୁ ଦାୟୀ କରି ସେମାନେ ଇସ୍ତଫା ଦେଇଛନ୍ତି । କଂଗ୍ରେସରୁ ମହମ୍ମଦ ମୋକିମଙ୍କୁ ବହିଷ୍କାରକୁ ନେଇ ସେମାନେ ଖପା ଥିଲେ । ତେବେ ଏନେଇ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।










