ନୂଆଦିଲ୍ଲୀ: ନେତାଜୀଙ୍କ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ରଖିଛନ୍ତି । ସମସ୍ତ ଦେଶବାସୀଙ୍କୁ ପରାକ୍ରମ ଦିବସର ଶୁଭେଚ୍ଛା ଜଣାଇଲେ ।କହିଲେ ନେତାଜୀଙ୍କ ପରାକ୍ରମ, ସୌର୍ଯ୍ୟ ଆମକୁ ପ୍ରେରଣା ଦିଏ । ଆଣ୍ଡାମାନ ନିକୋବରରେ ପରାକ୍ରମ ଦିବସ ସ୍ୱତନ୍ତ୍ର । ସ୍ୱାଧୀନ ଭାରତର ପ୍ରଥମ ସୂର୍ଯ୍ୟୋଦୟର ସାକ୍ଷୀ ଆଣ୍ଡାମାନ । ଗୁଲାମୀ ଯୁଗ ଶେଷ ହୋଇ ଏବେ ନିଜ ପରିଚୟରେ ବଞ୍ଚୁଛି ଆଣ୍ଡାମାନ । ଅନ୍ୟପଟେ ଆଜି ଓଡିଶା ଆସିଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ଭୁବନେଶ୍ୱର ବିମାୀନ ବନ୍ଦରରେ ପହଞ୍ଚି କଟକ ଅଭିମୁଖେ ବାହାରିଥିଲେ । ସେଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ପାଳିତ ହେବାକୁ ଥିବା ପରାକ୍ରମ ଦିବସରେ ଉପରାଷ୍ଟ୍ରପତି ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମ ସାରି ଉପରାଷ୍ଟ୍ରପତି ସିପି ରାଧା କ୍ରିଷ୍ଣନ ବିମାନବନ୍ଦର ଫେରିବେ । ସେଠାରୁ କୋଲକାତା ଅଭିମୁଖେ ଯିବେ ।









