30.1 C
Bhubaneswar
Tuesday, February 3, 2026
Homeଓଡିଶାଡବଲ ଇଞ୍ଜିନ ସରକାରରେ ଟ୍ରିପଲ ବିଫଳତା ଘଟିଛି: ବିଜେଡି

ଡବଲ ଇଞ୍ଜିନ ସରକାରରେ ଟ୍ରିପଲ ବିଫଳତା ଘଟିଛି: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଡବଲ ଇଞ୍ଜିନ ସରକାରଙ୍କ ଟ୍ରିପଲ ବିଫଳତା ଦେଖିବାକୁ ମିଳୁଛି ବୋଲି କହି ବିଜୁ ଜନତା ଦଳ ଆଜି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି ।ଶଙ୍ଖ ଭବନରେ ଆୟୋଜିତ ଆଜି ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ କହିଥିଲେ, ଗତ ୧୮ ମାସର ବିଜେପି ଶାସନରେ ବିଫଳତା ତାଲିକା ଏତେ ଲମ୍ୱା ହୋଇଛି ଯେ, ରାଜ୍ୟବାସୀ ଆଜି ରାଜ୍ୟରେ ଗୋଟିଏ ସରକାର ଅଛି ବୋଲି ଅନୁଭବ କରି ପାରୁ ନାହାନ୍ତି । ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ କ୍ଷମତାକୁ ଆସିଥିବା ବେଳେ ବାସ୍ତବରେ ଡବଲ ଇଞ୍ଜିନ ସରକାରରେ ଟ୍ରିପଲ ବିଫଳତା ଦେଖିବାକୁ ମିଳିଛି । ରାଜ୍ୟର ଆର୍ଥôକ ବିକାଶ କ୍ଷେତ୍ରରେ ଅପାର ସମ୍ଭାବନା ସୃଷ୍ଟି ହୋଇଥିବା ବେଳେ ଏହି ସୁଯୋଗ ହାତଛଡା ହେବାକୁ ବସିଲାଣି । ବଡ଼ ବଡ଼ କମ୍ପାନୀ ମାନେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି କୁହାଯାଉଛି, କିନ୍ତୁ ବାସ୍ତବରେ ଶିଳ୍ପ ପ୍ରତିଷ୍ଠା ହୋଇପାରୁନାହିଁ । ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ବିଜେପି ସରକାର ଆବଶ୍ୟକୀୟ ବାତାବରଣ ତିଆରି କରିବାରେ ବିଫଳ ହୋଇଛନ୍ତି । ଏହାର ଫଳସ୍ୱରୂପ ୨୦୨୨ ମସିହାରେ ଷ୍ଟାର୍ଟଅପ୍ ନିବେଶ କ୍ଷେତ୍ରରେ ରାଜ୍ୟ ସର୍ବଭାରତୀୟ ସ୍ତରରେ ଷଷ୍ଠ ସ୍ଥାନରେ ଥିବାବେଳେ ଏହା ୨୦୨୫ ବେଳକୁ ୨୦କୁ ଖସି ଆସିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମୟରେ, ଷ୍ଟାର୍ଟଅପ୍ କ୍ଷେତ୍ରରେ ଯୁବବର୍ଗର ଲୋକମାନଙ୍କୁ ସାହସ ଶକ୍ତି ଓ ପ୍ରେରଣା ପ୍ରଦାନ କରା ଯାଉଥିଲା ।ଶ୍ରୀ ଘଡ଼ାଇ କହିଥିଲେ, ନବୀନ ପଟ୍ଟନାୟକଙ୍କ ସମୟରେ ଦୁବାଇକୁ ଆରମ୍ଭ ହୋଇଥିବା ଡାଇରେକ୍ଟ ବିମାନ ସେବା ଏବେ ବନ୍ଦ ହୋଇ ଯାଇଛି । ଦୁବାଇ ଏକ ଆନ୍ତର୍ଜାତୀୟ ଟ୍ରେଡ଼ ସେଣ୍ଟର ହୋଇଥିବାରୁ, ଏଠାକୁ ବିମାନ ସେବା ବନ୍ଦ ହେବା ଯୋଗୁ ଏହା ରାଜ୍ୟର ବ୍ୟବସାୟ ବୃଦ୍ଧି ପାଇଁ ବାଧକ ହେବ । ଏହାବ୍ୟତୀତ, ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି । ଲଘୁ ଖଣିଜ ସମ୍ପଦ ଓ ଗୁରୁ ଖଣିଜ ସମ୍ପଦରେ ବ୍ୟାପକ ଲୁଟ ଚାଲିଛି । ଏଇ ଦୁଇ କ୍ଷେତ୍ରରେ ମାଫିଆମାନେ ରାଜ କରୁଛନ୍ତି । ନିକଟରେ କେନ୍ଦୁଝର ଜିଲ୍ଲାରେ ଦିନ ଦ୍ୱିପହରରେ ବ୍ୟାଙ୍କରୁ ଡକାୟତ ମାନେ କୋଟି କୋଟି ଟଙ୍କା ଲୁଟିନେବା ଘଟଣା ରାଜ୍ୟର ବିପର୍ଯ୍ୟସ୍ତ ସୁରକ୍ଷା ବ୍ୟବସ୍ଥାର ସଦ୍ୟତମ ନମୁନା । ସବୁ କ୍ଷେତ୍ରରେ ବିଫଳତା ଓ ଅରାଜକତା ଦେଖିବାକୁ ମିଳୁଥିବା ବେଳେ, ରାଜ୍ୟ ବିଜେପି ସରକାର ଏହାକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇଛନ୍ତି, ଯାହାର ଫଳସ୍ୱରୂପ ଶାସନ ବ୍ୟବସ୍ଥା ଭୁଶୁଡି ପଡିଛି ବୋଲି ରାଜ୍ୟବାସୀ ଅନୁଭବ କରୁଛନ୍ତି । ରାଜ୍ୟ ସରକାରଙ୍କ ନିଦ୍ରା ଭଙ୍ଗ ହେଉ ଏବଂ ରାଜ୍ୟର ଶାସନ ବ୍ୟବସ୍ଥାରେ ସରକାର ସୁଧାର ଆଣନ୍ତୁ, ନଚେତ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking