18.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ

 ନୂଆଦିଲ୍ଲୀ : ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ରିଟଣ୍ଣିଂ ଅଫିସର ନିଯୁକ୍ତି ଲାଗି ପ୍ରସ୍ତାବ ମାଗିଲେ ନିର୍ବାଚନ କମିଶନ ।ଓଡିଶା ସମେତ ୧୦ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିଶନରଙ୍କ ଚିଠି । ଆସନ୍ତା ଏପ୍ରିଲ ମାସରେ ୧୦ ରାଜ୍ୟର ୩୭ଟି ଆସନ ଖାଲି ହେଉଛି । ମହାରାଷ୍ଟ୍ରର ୭, ତାମିଲନାଡୁ ଓ ବିହାରର ୬, ପଶ୍ଚିମବଙ୍ଗର ୫, ଆସାମର ୩, ତେଲେଙ୍ଗାନା, ଛତିଶଗଡ ଓ ହରିୟାଣାର ୨ଟି ଆସନ ଖାଲି ହେବ । ସେହିପରି ଓଡିଶାର ୪ଟି ଓ ହିମାଚଳ ପ୍ରଦେଶର ଗୋଟିଏ ଆସନ ଖାଲି ହେବାର ଅଛି । ଆସନ୍ତା ଏପ୍ରିଲ ୨ ତାରିଖରେ ସରୁଛି ଓଡିଶାର ୪ ସାଂସଦଙ୍କ କାର୍ଯ୍ୟକାଳ । ମୁନ୍ନା ଖାଁ, ନିରଞ୍ଜନ ବିଶି, ସୁଜିତ କୁମାର, ମମତା ମହନ୍ତ ଓଡିଶାର ଏହି ୪ ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲରେ ସରୁଛି । ରାଜ୍ୟସଭା ନିର୍ବାଚନ ନେଇ ବିଧିବଦ୍ଧ ଭାବେ ପ୍ରକ୍ରିୟା ଆରମ୍ଭ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking