କେନ୍ଦ୍ରାପଡା: ଗଛରୁ ପଡି ଶ୍ରମିକ ମୃତ । ନିକିରି ଥାନା ପାଳକଣା ଗାଁରେ ଘଟିଛି ଏହି ଅଘଟଣ । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ଧୂମାତ ଗାଁର ବୋଲି ଜଣାପଡିଛି । ସୂଚନା ଅନୁସାରେ, ନିକିରି ଥାନା ପାଳକଣା ସ୍ଥିତ ଧୂମାତ ଗାଁରେ କାଠ କାଟିଲା ବେଳେ ଦୁର୍ଭାଗ୍ୟବଶତଃ ଗଛରୁ ପଡି ଯାଇଥିଲେ ଶ୍ରମିକ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁ ପରେ ପରିବାର ଏବଂ ଅଞ୍ଚଳରେ ଏବେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।









