19.1 C
Bhubaneswar
Tuesday, January 20, 2026
Homeଓଡିଶାସରକାରଙ୍କ ଉପରେ ଲୋକତାନ୍ତ୍ରିକ ପ୍ରହାର ହେବ -ଭକ୍ତ

ସରକାରଙ୍କ ଉପରେ ଲୋକତାନ୍ତ୍ରିକ ପ୍ରହାର ହେବ -ଭକ୍ତ

ଭୁବନେଶ୍ୱର:  ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ୪ଦିନିଆ ପଶ୍ଚିମ ଓଡ଼ିଶା ଗସ୍ତର ଶେଷ ଦିବସରେ ବରଗଡ଼ ସ୍ଥିତ ହୋଟେଲ ଗଣପତି ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଦାସ କହିଲେ ଯେ ପୂର୍ବରୁ ଜିଲ୍ଲାରେ ଧାନକିଣା ମିଟିଂ ଆଗରୁ ହେଉଥିଲା ଏବଂ ଟୋକନ ମଧ୍ୟ ଅନେକ ଆଗରୁ ମିଳିଯାଉଥିଲା । କିନ୍ତୁ ଏହି ସରକାର ଆସିଲାପରେ ଭୁବନେଶ୍ୱରରୁ ନିଷ୍ପତ୍ତି ନିଆଯାଉଛି ଏବଂ ଟୋକନ ମିଳୁଛି । ଏ ସବୁ ଅବ୍ୟବସ୍ଥା ପାଇଁ କୃଷି ଓ ଯୋଗାଣ ବିଭାଗ ଦାୟି । ଋତୁ ଆରମ୍ଭରୁ ମଣ୍ଡି ପ୍ରସ୍ତୁତ ହୋଇପାରିଲା ନାହିଁ ବୋଧହୁଏ ସରକାରଙ୍କ ପାଖରେ ଟଙ୍କାର ଅଭାବ କିମ୍ବା ଧାନ ରଖିବା ପାଇଁ ସ୍ଥାନର ଅଭାବ ଥିଲା । ମିଲର ମାନଙ୍କ ପାଖରେ ମଧ୍ୟ ସ୍ଥାନ ନାହିଁ । ରାଜ୍ୟ ସରକାରଙ୍କ ଗୋଦାମ କିମ୍ବା ଏଫସିଆଇ ଚାଉଳ ନେଉନାହାନ୍ତି । ଯଦି ଷ୍ଟୋରେଜ କ୍ୟାପାସିଟି ନଥିଲା ତେବେ ସରକାର ଦୃଷ୍ଟି ଦେଲେନି କାହିଁକି?  ପ୍ରଶାସନ ଓ ରାଜ୍ୟ ସରକାର ଏତେ ବେଖାତିର କଲେ କାହିଁକି? ମଣ୍ଡିରେ ୧୦-୧୫ ଦିନ ମଧ୍ୟ ଧାନ ରଖିବାର ବ୍ୟବସ୍ଥା ନାହିଁ ।

ମଣ୍ଡି ପାଇଁ ଆରଏମସିରେ ପାଣ୍ଠି ଅଛି । ମଣ୍ଡିରେ ସେଡ ବ୍ୟବସ୍ଥା ହୋଇପାରିବ । କିନ୍ତୁ ଟଙ୍କା ଖର୍ଚ୍ଚ କରୁନାହାନ୍ତି । ମଣ୍ଡିକୁ ସ୍ୱାବଲମ୍ବି ଓ ସକ୍ଷମ କରିବାପାଇଁ ସରକାର କାମ କରୁନାହାନ୍ତି । ସରକାର ୧୫୦ କ୍ୱିଂଟାଲରୁ ଅଧିକ ଧାନ ନେବୁ ନାହିଁ ବୋଲି ଘୋଷଣା କରିଛନ୍ତି । ତେବେ ଚାଷୀ ବଳକା ଧାନ କେଉଁଠି ବିକିବ? କିମ୍ବା ନଦୀ ନାଳ କେଉଁଠାରେ ଫିଙ୍ଗିବ । ଚାଷୀ ଧାନ ସଡ଼ିଯିବ ବୋଲି ଅଭାବି ବିକ୍ରୀ କରେ ଏବଂ ସେହି ମିଲର ୧୫ ରୁ ୧୬ ଶହ ଟଙ୍କାରେ କିଣନ୍ତି । ରାଜ୍ୟ ସରକାର ଅଭାବି ବିକ୍ରୀର ଗୋଟିଏ ଚକ୍ର ସୃଷ୍ଟି କରିଛନ୍ତି । ଅଭାବି ବିକ୍ରୀ ହେଲେ ମିଲର ପ୍ରଚୁର ପଇସା ପାଇବ ଏବଂ  ମିଲର ଠାରୁ ନେତା ଟଙ୍କା ଉପାର୍ଜନ କରିବେ ଓ ନିର୍ବାଚନ ଲଢ଼ିବେ । ମୁଁ କଳାହାଣ୍ଡିରେ ଏମଏଲ ଥିଲା ବେଳେ ଗୋଟିଏ କେଜିର ମଧ୍ୟ କଟନୀ ହେଉନଥିଲା । ବରଗଡ଼ କଲକ୍ଟରକୁ ମୁଁ ଧନ୍ୟବାଦ ଦେଉଛି ସେ କରିପାରନ୍ତୁ ବା ନକରିପାର ପାରନ୍ତୁ ୧୫୦ କ୍ୱିଂଟାଲରୁ ଅଧିକ ଧାନ ଆମେ କିଣିବୁ ବୋଲି ସେ କହିଲେ । ଏଭଳି ଇଛାଶକ୍ତି ମନ୍ତ୍ରୀଙ୍କ ଦରକାର । ବିଜେପି ସରକାର ଯଦି ମଣ୍ଡି ଚଲାଇପାରୁ ନାହାନ୍ତି । ତେବେ ଛାଡ଼ି ଦିଅନ୍ତୁ ।

ସରକାରଙ୍କୁ କଂଗ୍ରେସ ଚେତାବନୀ ଦେଉଛି ୧୦ ଦିନ ମଧ୍ୟରେ ଅସ୍ଥାୟୀ ସେଡ ବନାଇ ଧାନ ରଖନ୍ତୁ । ନହେଲେ ବରଗଡ଼ ବନ୍ଦ ହେବ । ହଜାର ହଜାର ଚାଷୀଙ୍କୁ ରୋଡକୁ ଅଣାଯିବ । ଦରକାର ପଡ଼ିଲେ ଜେଲ ଭରୋ କାର୍ଯ୍ୟକ୍ରମ କରାଯିବ । ଯଦି ଚୁପ ରହିବ, ଚାଷୀଙ୍କୁ ନ୍ୟାୟ ଦେବ ନାହିଁ ତେବେ ସରକାର ଓ ପ୍ରଶାସନ ଉପରେ ଲୋକତାନ୍ତ୍ରିକ ପ୍ରହାର ହେବ । ସରକାର ଏବଂ ଟାଟା ପାୱାର କିଭଳି ମିଶିକି ଚଞ୍ଚକତା କରୁଛନ୍ତି ତାହା ଉପରେ ଶ୍ରୀ ଦାସ କହିଲେ ଯେ ଟାଟା କମ୍ପାନୀ ଲୋକଙ୍କୁ ୨ମାସର ଅଗ୍ରୀମ ହଜାରେ କୋଟି ଟଙ୍କା ଦିଅ ବୋଲି ଚାପ ସୃଷ୍ଟି କରୁଛି । ଟାଟା କମ୍ପାନୀ ପାଖରେ କ’ଣ ପଇସା ନାହିଁ । ସରକାର ଲୋକଙ୍କ ଲାଭ ପାଇଁ କାମ କରେ । କିନ୍ତୁ ଏଠାରେ ବିଜେପି ସରକାର ଲୋକଙ୍କୁ ବୋଝ ଦେଉଛି । ଚାଷୀଙ୍କୁ ମାଗଣା ବିଜୁଳି ପ୍ରଦାନ କରିବା କଥା ଆମ ରାଜ୍ୟରେ ମାତ୍ର ୨% ଚାଷୀ ବିଜୁଳି ବ୍ୟବହାର କରୁଛନ୍ତି । ତେଣୁ ଆମ ଉତ୍ପାଦନ ଶକ୍ତି ଅତ୍ୟନ୍ତ କମ ।

ଆମ ରାଜ୍ୟ ୨୨୨ ମିଲିୟନ ଟନ କୋଇଲା ଉତ୍ପାଦନ କରେ ଆମେ ମାତ୍ର ୨୦ ମିଲିୟନ ଟନ ବ୍ୟବହାର କରୁ ଏବଂ ବଳକା ୨୦୨ ମିଲିୟନ ଟନ ବାହାରକୁ ରପ୍ତାନୀ କରୁ । ଦୁଃଖର କଥା ଆମଠୁ ଯେଉଁ ରାଜ୍ୟମାନେ କୋଇଲା ଏବଂ ବିଜୁଳି କିଣନ୍ତି ସେମାନେ ୩୦-୪୦% ଚାଷୀଙ୍କୁ ମାଗଣା ବିଜୁଳି ଯୋଗାଇ ଦିଅନ୍ତି । କିନ୍ତୁ ଆମ ରାଜ୍ୟରେ ଚାଷୀ କିଣିକି ବିଜୁଳି ବ୍ୟବହାର କରେ । ଅନ୍ୟ ରାଜ୍ୟରେ କଳକାରଖାନା ପ୍ରାୟ ୮ ଟଙ୍କା ୟୁନିଟ ଦେଇ ବିଜୁଳି କିଣୁଥିବା ବେଳେ ଆମ ରାଜ୍ୟରେ ଶିଳ୍ପସଂସ୍ଥା ମାତ୍ର ୪ ଟଙ୍କାରେ ବିଜୁଳି କିଣୁଛି । ଏଭଳି ସ୍ଥଳେ କୃଷି ଭିତ୍ତିକ ଉତ୍ପାଦନ କିପରି ବଢ଼ିବ । କିଭଳି ଓଡ଼ିଶା ବିକାଶ କରିବ । କେମିତି ଚାଷୀ ସମୃଦ୍ଧ ହେବ । ଆପଣ ଚିନ୍ତା କରନ୍ତୁ । ଶ୍ରୀ ଦାସ ଚେତାବନୀ ଦେଇ କହିଛନ୍ତି ଯେ ଏ ସମସ୍ତ ସମସ୍ୟାର ସମାଧାନ ସରକାର ତୁରନ୍ତ କରନ୍ତୁ । ନହେଲେ ଶାସନରେ ରହିବାର କୌଣସି ଅଧିକାର ତାଙ୍କର ନାହିଁ । ଏହି ସାମ୍ବାଦିକ ସମ୍ମିଳନୀରେ ପିସିିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, କିଷାନ ସେଲ ଅଧ୍ୟକ୍ଷ ଅଭୟ ସାହୁ, ବରଗଡ଼ ଜିଲ୍ଲା ସଭାପତି ହରଦ୍ୱିପ ସିଂହ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking