ଭୁବନେଶ୍ୱର: ଅନୁଗୁଳରେ ବୋମା ଖାଇ ହାତୀ ମୃତ୍ୟୁ ଘଟଣା । ବନ ବିଭାଗର ଅପରେସନ୍ ‘ଜୀବେ ଦୟା’ । ଅନୁଗୁଳ, ଢେଙ୍କାନାଳ, କଟକରେ ଚାଲିଛି କମ୍ବିଂ ଅପରେସନ । ଆରସିସିଏଫ୍ଙ୍କ ନେତୃତ୍ୱରେ ୭ଟି ବନଖଣ୍ଡରେ ଚଢାଉ ହୋଇଛି । ଶିକାରୀ ମୁକ୍ତ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ଏହି ଅପରେସନ୍ର ଲକ୍ଷ୍ୟ ରହିଛି । ଗାଁରେ ଘରଘର ବୁଲି ଯାଞ୍ଚ କରୁଛି ବନବିଭାଗ । ପ୍ରଥମ ଦିନରେ ଏହି ଅପରେସନ୍ରେ ବିପୁଳ ବିସ୍ଫୋରକ ଓ ବନ୍ଧୁକ ଜବତ କରାଯାଇଛି ।










