ସୁନ୍ଦରଗଡ: ସୁନ୍ଦରଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ଶିଶୁର ମୃତ୍ୟୁ ଘଟିଛି । ମୃତକଙ୍କୁ ସୁନ୍ଦରଗଡ ଜିଲ୍ଲାର ସୁନାରିପଡାର ସଞ୍ଜିତ ସିହ୍ନାଙ୍କ ଅଢେଇ ବର୍ଷର ପୁଅ ଶୁଭମ୍ ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ଶୁଭମ୍ ତାଙ୍କ ବାପାଙ୍କ ସହ ସ୍କୁଟରରେ ଯାଉଥିଲେ । ସୁନ୍ଦରଗଡ ଟାଉନ୍ ଥାନା ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟ କୁନାଲ ଟ୍ରାନ୍ସପୋର୍ଟ ଅଫିସ ସମ୍ମୁଖରେ ଅନ୍ୟ ଏକ ବାଇକ୍ ସହିତ ଧକ୍କା ହେବାରୁ ଭାରସାମ୍ୟ ହରାଇଥିଲେ ସ୍କୁଟର ଚାଳକ, ଫଳରେ ଶିଶୁଟି ତଳେ ପଡିଯାଇଥିଲା । ସେହି ସମୟରେ ପଛ ପଟୁ ଆସୁଥିବା ପୌରପାଳିକାରେ ସଫେଇ କାର୍ଯ୍ୟରେ ନିୟୋଜିତ ଟ୍ରାକ୍ଟରଟି ଶିଶୁ ଉପରେ ଚଢାଇ ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।









