ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣ। ତାଳଚେରରେ AQI ୨୫୦ ରେ ପହଞ୍ଚିଥିବା ବେଳେ ଆଜି ଅନୁଗୁଳରେ ଏହା ୨୦୬, ଭୁବନେଶ୍ୱରରେ ୨୨୮ ଓ କଟକରେ ୨୨୯ ରହିଛି। ଗତକାଲି ବାଲେଶ୍ବରରେ AQI ୨୩୨, ଭୁବନେଶ୍ଵରରେ ୨୩୦, କଟକରେ ୨୧୯, ରାଉରକେଲାରେ ୧୩୮, ନୟାଗଡରେ ୧୦୬, ବଡବିଲରେ ୧୨୨, ବାରିପଦାରେ ୧୧୧, ବଜ୍ରରାଜନଗରରେ ୧୦୩ ଏବଂ କେନ୍ଦୁଝରରେ ଏକ୍ୟୁଆଇ ୧୪୨ ଥିଲା । ଆଗରୁ ବାଲେଶ୍ବର, ଅନୁଗୁଳ, କଟକ, ଭୁବନେଶ୍ବର ଏବଂ ତାଳଚେରରେ ବାୟୁ ପ୍ରଦୂଷଣ କିଛି ମାତ୍ରାରେ ହ୍ରାସ ପାଇଥିଲା। ହେଲେ ଏବେ ପୁଣି ଥରେ ବୃଦ୍ଧି ପାଉଥିବାରୁ ଚିନ୍ତା ବଢିଛି। ଧୀରେ ଧୀରେ AQI ୩୦୦ ଆଡ଼କୁ ଯାଉଥିବାରୁ ଉଦବେଗ ପ୍ରକାଶ ପାଇଛି।










