28.1 C
Bhubaneswar
Wednesday, March 4, 2026
Homeଓଡିଶାଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବିଭିନ୍ନ ଜିଲ୍ଲା ଗସ୍ତ କରି ସମ୍ପୃକ୍ତ ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମର ସମୀକ୍ଷା କରିପାରିବେ। ମନ୍ତ୍ରୀ ଶ୍ରୀ ପାତ୍ର ବିଭିନ୍ନ ସମୟରେ ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳ ଗସ୍ତ କରି ସେହି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀ ଓ ବିଭାଗୀୟ ଅଧିକାରୀ ପ୍ରମୁଖଙ୍କ ସହ ସମ୍ପୃକ୍ତ ଜିଲ୍ଲାରେ ଧାନ କିଣାର ଅଗ୍ରଗତି, ସାଧାରଣ ବଣ୍ଟନ ବ୍ୟବସ୍ଥା ଅଧିନସ୍ଥ ହିତାଧିକାରୀମାନଙ୍କୁ ଠିକ୍ ସମୟରେ ଚାଉଳ ପ୍ରଦାନ, ଜିଲ୍ଲାରେ ଜାରି ରହିଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କରି ସମୁଚିତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥାନ୍ତି। ଯୋଜନା ଓ ସଂଯୋଜନ ବିଭାଗର ବିଜ୍ଞପ୍ତି ସଂ ୧୮୭୩୫ ତା ୨୭/୧୨/୨୦୨୪ ଅନୁଯାୟୀ ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ଅନୁଗୁଳ ଏବଂ ସମ୍ବଲପୁର ଜିଲ୍ଲାର ‘ପ୍ରଭାରୀ ମନ୍ତ୍ରୀ’ ଭାବେ ଦାୟିତ୍ୱ ଦିଆଯାଇଛି। ଉକ୍ତ ପତ୍ର ଆଧାରରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୩୩୬୯ ତା ୦୯/୦୫/୨୫ ମାଧ୍ୟମରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟ୍‌? ମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ସଚିବଙ୍କୁ ଜିଲ୍ଲାରେ ଜାରି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ‘ପ୍ରଭାରୀ ମନ୍ତ୍ରୀ’ମାନଙ୍କୁ ନିଯୁକ୍ତି ଦିଆଯାଇଥିବା ଅବଗତ କରାଯାଇଥିଲା। ଶ୍ରୀ ପାତ୍ର ସରକାରୀ ଭାବେ ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାକୁ ବିଭିନ୍ନ ସମୟରେ ଗସ୍ତ କରି ଉନ୍ନୟନମୂଳକ ପ୍ରମୁଖ ପ୍ରକଳ୍ପ, ଜନହିତକର ଯୋଜନାର କାର୍ଯ୍ୟକାରିତାର ସମୀକ୍ଷା କରିବେ। ସେହିପରି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପତ୍ରସଂଖ୍ୟା ୨୦୫୪୭ ତା ୦୫/୧୨/୨୦୨୫ ଅନୁସାରେ ଚଳିତ ଖରିଫ ଋତୁରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ପ୍ରକ୍ରିୟାକୁ ତଦାରଖ, ସମୀକ୍ଷା ଓ ସମନ୍ୱୟ କରିବାକୁ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଜିଲାୱାରୀ ଦାୟିତ୍ୱ ଦିଆଯାଇଥିଲା। ଏହି ପତ୍ର ଆଧାରରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ଧାନ ସଂଗ୍ରହ ସମୀକ୍ଷା ଦାୟିତ୍ୱ ମଧ୍ୟ ଦିଆଯାଇଛି। ସରକାରୀ ଭାବେ ମନ୍ତ୍ରୀ ଶ୍ରୀ ପାତ୍ର ଏହି ଜିଲ୍ଲାଗୁଡ଼ିକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିପାରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking