ଭୁବନେଶ୍ୱର: ଦଳରୁ ନିଲମ୍ବନ ପରେ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଥମ ପ୍ରତିକ୍ରିୟା । ସେ କହିଛନ୍ତି ଯେ ମୋତେ ଏ ଯାଏଁ କୌଣସି ସୋ କଜ୍ ନୋଟିସ୍ ମିଳିନାହିଁ । ମୋ ସହିତ କେହି ଯୋଗାଯୋଗ କରିନାହାନ୍ତି । ମୋତେ କାହିଁକି ନିଲମ୍ବନ କରାଗଲା ମୁଁ ଜାଣିନି । ମୁଁ କୌଣସି ଦଳବିରୋଧୀ କାର୍ଯ୍ୟ କରିନି । ମୁଁ ମୋ ନିର୍ବାଚନ କ୍ଷେତ୍ରରେ ଲୋକଙ୍କ ପାଇଁ କାମ କରୁଥିଲି । ମୁଁ କୌଣସି ମେଳିକୁ ଯାଇନି କି ଭୋଜି ଖାଇନି । ମୋ ବାପା ସ୍ୱତନ୍ତ୍ର ଓ ବରିଷ୍ଠ ନେତା, ସେ କଣ କରିବେ ତାଙ୍କ କଥା । ତାଙ୍କୁ ବିବାଦ ଭିତରକୁ ଟାଣିବାକୁ ମୁଁ ଚାହୁଁନି । ୫ଟି ବିରୋଧୀ ମନ୍ତବ୍ୟ ପ୍ରସଙ୍ଗରେ କହିଲେ ମୁଁ ସେଭଳି କିଛି କହିନି ।










