ସୁନ୍ଦରଗଡ: ଗୋଷ୍ଠୀ ସଂଘର୍ଷ ପରେ ସୁନ୍ଦରଗଡରେ ଇଣ୍ଟରନେଟ୍ ସେବା ବନ୍ଦ । ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କଲା ପ୍ରଶାସନ । ଆଜି ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ । ପୂରା ସୁନ୍ଦରଗଡ ସହରରେ ବିଏନଏସ ୧୬୩ ଜାରି କରାଯାଇଛି । ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି କହିଲେ ଜିଲ୍ଲାପାଳ । ଶାନ୍ତି କମିଟି ଡାକି ବୈଠକ ପାଇଁ ଚେଷ୍ଟା କରାଯାଉଛି । ରିଜେଣ୍ଟ ମାର୍କେଟରେ ଗୋଷ୍ଠୀ ସଂଘର୍ଷକୁ ନେଇ ପ୍ରଶାସନ ଏହି ପଦକ୍ଷେପ ନେଇଥିବା ସୂଚନା ମିଳିଛି । ଅନ୍ୟପଟେ, ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଅପିଲ୍ କରିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ । ସୁନ୍ଦରଗଡ ସହରରେ ଗୋଷ୍ଠୀ ସଂଘର୍ଷକୁ ନେଇ ଡିଆଇଜିଙ୍କ ଅପିଲ୍ କରି କହିଛନ୍ତି ଯେ ସ୍ଥିତିକୁ ଦେଖି ୧୦ ପ୍ଲାଟୁନ୍ ଫୋର୍ସ ବ୍ୟବସ୍ଥା କରାଯାଇଛି । ଶାନ୍ତି କମିଟି ବୈଠକ ଡାକି ସମାଧାନ କରିବାକୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛି ।










