ଭୁବନେଶ୍ୱର: ଶୀତର ପ୍ରକୋପରେ ଥରୁଛି ସାରା ଓଡିଶା । ପଶ୍ଚିମରୁ ଉପକୂଳ ହାଡ ଭଙ୍ଗା ଶୀତ ଅନୁଭୂତ ହେଉଛି । ଆହୁରି ୨ ଦିନ ପ୍ରବଳ ଶୀତ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ ଆଜି ପାଇଁ ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନା. କଟକ, ଖୋର୍ଦ୍ଧା , ଜଗତସିଂହପୁର, କନ୍ଧମାଳ , ସୋନପୁର ଓ କେନ୍ଦ୍ରାପଡାକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି । ସେପଟେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେଉଥିବା ବେଳେ ଉପକୂଳ ଓଡିଶାର ୧୩ ଟି ଜିଲ୍ଲାକୁ କୁହୁଡି ପାଇଁ ସତର୍କ କରାଯାଇଛି ପାଣିପାଗ ବିଭାଗ । ୪ ଦିନ ପରେ ବଢିପାର ତାପମାତ୍ରା । ରାତ୍ରିର ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।










