ରାୟଗଡା: ପବିତ୍ର ମକର ସଂକ୍ରାନ୍ତିରେ ଗରିବଙ୍କୁ ବସ୍ତ୍ର ବାଣ୍ଟିଲେ ରାୟଗଡା ବିଧାୟକ। ଆଜି ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ରାୟଗଡା ବିଧାୟକ ଆପଲା ସ୍ୱାମୀ କାଡ୍ରାକା ଗରିବ ଶ୍ରେଣୀର ପ୍ରାୟ ପାଞ୍ଚ ଶହ ବୃଦ୍ଧ ଓ ଵୃଦ୍ଧାଙ୍କୁ ଶାଢ଼ୀ, ଲୁଙ୍ଗି, ଗାମୁଛା ବଣ୍ଟନ କରିଛନ୍ତି।ବିଧାୟକ ଆପଲା ସ୍ୱାମୀ ଗତ ୧୫ ବର୍ଷ ହେଲା ମକର ସଂକ୍ରାନ୍ତିରେ ଗରିବଙ୍କୁ ଏପରି ବସ୍ତ୍ର ବଣ୍ଟନ କରିଆସୁଛନ୍ତି। ବିଧାୟକଙ୍କୁ ଏପରି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯଇଥିବା ବେଳେ ଗରିବ ଓ ଅସହାୟଙ୍କ ପାଇଁ ସବୁବେଳେ ତାଙ୍କ ଦ୍ୱାରା ଖୋଲା ରହିଛି ବୋଲି ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାୟଗଡା ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା ଯୋଗ ଦେଇ ବିଧାୟକଙ୍କ ଏପରି ମହତ କାର୍ଯ୍ୟକୁ ଭୁରିଭୁରି ପ୍ରଶଂସା କରିଥିଲେ।










