27.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶପାକ୍ ଆତଙ୍କୀଙ୍କୁ ସ୍ଥଳସେନା ମୁଖ୍ୟଙ୍କ ଚେତାବନୀ

ପାକ୍ ଆତଙ୍କୀଙ୍କୁ ସ୍ଥଳସେନା ମୁଖ୍ୟଙ୍କ ଚେତାବନୀ

ନୂଆଦିଲ୍ଲୀ: ସୀମା ପାର ଆତଙ୍କବାଦୀ କାର୍ଯ୍ୟକୁ ସ୍ଥଳସେନା ମୁଖ୍ୟଙ୍କ ଚେତାବନୀ । ଏବେବି ଅପରେସନ ସିନ୍ଦୂର ଜାରି ରହିଛି କହିଲେ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ସେ ଚେତାବନୀ ଦେଇ କହିଛନ୍ତି ଯେ ସୀମା ଆରପାରିରେ ୮ଟି ଆତଙ୍କବାଦୀ ତାଲିମ ଶିବିର ଏବେ ବି ସକ୍ରିୟ ଅଛି ଏବଂ ଭାରତୀୟ ସେନା ସେମାନଙ୍କ ଉପରେ ନିରନ୍ତର ନଜର ରଖିଛି। ଯଦି ଏହି ଶିବିରଗୁଡ଼ିକରୁ କୌଣସି ଉତ୍ତେଜନାମୂଳକ କାର୍ଯ୍ୟ ହୁଏ, ତେବେ ଭାରତ କଡ଼ା ଜବାବ ଦେବାକୁ ପଛାଇବ ନାହିଁ। ଜାତୀୟସ୍ତରରେ ସମସ୍ତ ଷ୍ଟେକ୍ ହୋଲଡରଙ୍କ ସକ୍ରିୟ ଭୂମିକାକୁ ସ୍ୱିକାର କରୁଛି । ସିଏପିଏଫ୍‌, ଗୁଇନ୍ଦା ସଂସ୍ଥା, ନାଗରିକ ସଂସ୍ଥା, ରାଜ୍ୟ ପ୍ରଶାସନ ଏହାର ଅନ୍ତର୍ଭୁକ୍ତ ।

ସେନା ମୁଖ୍ୟଙ୍କ ଆହୁରି କହିଛନ୍ତି ଯେ ଅପରେସନ୍ ସିନ୍ଦୂରରେ ୭ଟି ଆତଙ୍କୀ ଅଡ୍ଡାକୁ ସଫଳତାର ସହ ଧ୍ୱଂସ କରିଥିଲୁ । ଗତବର୍ଷ ମେ ୭ରେ ମାତ୍ର ୨୨ ମିନିଟ୍‌ରେ ଆତଙ୍କୀ ଆଡ୍ଡା ଧ୍ୱଂସ କରିଥିଲୁ । ଅପରେସନ ସିନ୍ଦୂର ହେଉଛି ୩ ସେନୀ ସମନ୍ୱୟର ଜ୍ୱଳନ୍ତ ଉଦାହରଣ । ଏହା ଫଛରେ ସ୍ପଷ୍ଟ ରାଜନୈତିକ ନିର୍ଦ୍ଦେଶ ମଧ୍ୟ କାର୍ଯ୍ୟ କରୁଥିଲା । ପଶ୍ଚିମ ସୀମାନ୍ତ ଓ ଜମ୍ମୁ – କାଶ୍ମୀରରେ ପରିସ୍ଥିତି ସମ୍ବେଦନଶୀଳ ରହିଛି । ମାତ୍ର ଏହା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ଭିତରେ ରହିଛି । ୨୦୨୫ରେ ୩୧ ଆତଙ୍କୀଙ୍କୁ ନିପାତ କରାଯାଇଛି, ତନ୍ମଧ୍ୟରୁ ୬୫ ପ୍ରତିଶତ ପାକିସ୍ତାନୀ ଅଛନ୍ତି । ପହଲଗାମ୍ ଆକ୍ରମଣରେ ସମ୍ପୃକ୍ତ ୩ ଆତଙ୍କୀଙ୍କୁ ଅପରେସନ୍ ମହାଦେବରେ ନିପାତ କରାଯାଇଛି । ସକ୍ରିୟ ସ୍ଥାନୀୟ ଆତଙ୍କବାଦୀଙ୍କ ସଂଖ୍ୟା ଏବେ ଏକ ଅଙ୍କରେ ରହିଛି । ଜମ୍ମୁ – କାଶ୍ମୀରରେ ବିକାଶ, ପର୍ଯ୍ୟଟନ ପରିବର୍ତ୍ତନ ସ୍ପଷ୍ଟ ସଙ୍କେତ ଦେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking