36.1 C
Bhubaneswar
Wednesday, March 4, 2026
Homeଓଡିଶାଟ୍ରାକ୍ଟର ଓଲଟି ଶ୍ରମିକ ମୃତ

ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା ମର୍ମନ୍ତୁ ସଡ଼କ ଦୁର୍ଘଟଣା। ଇଲେକ୍ଟ୍ରି ପୋଲ୍ ସହ ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରାକ୍ଟର ଓଲଟି ପଡିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରି ଶ୍ରମିକ ଗୁରୁତର ହୋଇଛନ୍ତି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଆଠଗଡ ପାଟଣା ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତ ବ୍ୟକ୍ତି ଜଣକ ଟିକରପଡା ଅଞ୍ଚଳର ବାସିନ୍ଦା ଶିବ ଦାସ ବୋଲିଚିହ୍ନଟ କରାଯାଇଛି। ସୂଚନା ମୁତାବକ, ଟାଟା ପାୱାର ଅଧୀନରେ ଇଲେକ୍ଟ୍ରି ପୋଲ୍ ପୋତିବା ଲାଗି ଗୋଟିଏ ଟ୍ରାକ୍ଟର କିଛି ଇଲେକ୍ଟ୍ରି ଖୁଣ୍ଟ ସହ ଦଶରୁ ଅଧିକ ଶ୍ରମିକଙ୍କୁ ନେଇ ଯାଉଥିବା ସମୟରେ ଆଠଗଡ଼ ପାଟଣା ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ଦୁର୍ଘଟଣାରେ ପାଞ୍ଚରୁ ଶ୍ରମିକ ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ ଉଦ୍ଧାରକରି ଚିକିତ୍ସା ନିମନ୍ତେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ଏଠାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତରଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଓଭର ଲୋଡ଼ିଂ କିମ୍ବା ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଦୁର୍ଘଟଣା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଘଟଣାକୁ ନେଇ କବିସୂର୍ଯ୍ୟନଗର ପୋଲିସ ତଦନ୍ତ କରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ଟ୍ରାକ୍ଟରରେ ନମ୍ୱର ନଥିବା ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking