25.1 C
Bhubaneswar
Monday, January 12, 2026
Homeଦେଶ ବିଦେଶଜିଏସଟି-ବିକ୍ରୟ ଟିକସ କାର୍ଯ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ

ଜିଏସଟି-ବିକ୍ରୟ ଟିକସ କାର୍ଯ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶ ଗୋରଖପୁରରେ ଭୟଙ୍କର ଅଗ୍ନିକାଣ୍ଡ । ଜିଏସଟି ବିକ୍ରୟ ଟିକସ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ କାର୍ଯ୍ୟାଳୟ ନଷ୍ଟ ହୋଇଯାଇଛି । ଭିତରେ ଥିବା ଡକ୍ୟୁମେଣ୍ଟ, କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ଜିନିଷପତ୍ର ମଧ୍ୟ ନିଆଁରେ ପୋଡି ନଷ୍ଟ ହୋଇଯାଇଛି । କିନ୍ତୁ ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତର ରିପୋର୍ଟ ହୋଇନାହିଁ । ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ପ୍ଲାନେଟାରିୟମ୍ ନିକଟରେ ଥିବା ଜିଏସଟି ବିକ୍ରୟ ଟିକସ କାର୍ଯ୍ୟାଳୟର ପ୍ରଥମ ମହଲାରେ ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକମାନେ ଅଗ୍ନିଶମ ବିଭାଗ ଏବଂ ରାମଗଡ଼ତାଲ ପୋଲିସ ଷ୍ଟେସନକୁ ତୁରନ୍ତ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମେ ଦୁଇଟି ଦମକଳ ଟ୍ୟାଙ୍କର୍ ପଠାଯାଇଥିଲା। ଅଗ୍ନିକାଣ୍ଡର ତୀବ୍ରତାକୁ ଦୃଷ୍ଟିରେ ରଖି, ଗୋଟିଏ ପରେ ଗୋଟିଏ ୧୨ଟି ଦମକଳ ଟ୍ୟାଙ୍କର୍ ନିୟୋଜିତ କରାଯାଇଥିଲା । ଅଗ୍ନିଶମ ବାହିନୀର ଦୀର୍ଘ ୧୦ ଘଣ୍ଟା ପ୍ରୟାସ ପରେ ଆଜି ସକାଳେ ନିଆଁ ଆୟତ୍ତ ହୋଇପାରିଥିଲା । କ୍ଷୟକ୍ଷତିର ପରିମାଣ ଆକଳନ କରାଯାଉଛି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ସର୍ଟ ସର୍କିଟ ସନ୍ଦେହ କରାଯାଉଛି । ଘଟଣା ସମୟରେ କାର୍ଯ୍ୟାଳୟ ବନ୍ଦ ଥିଲା, ତେଣୁ କୌଣସି ମୃତାହତ ରିପୋର୍ଟ ହୋଇନାହିଁଅଗ୍ନିକାଣ୍ଡର କରମ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking