25.1 C
Bhubaneswar
Monday, January 12, 2026
Homeଦେଶ ବିଦେଶବିହାରରେ ଶୀତ ଲହରୀ ସହ ଘନ କୁହୁଡି

ବିହାରରେ ଶୀତ ଲହରୀ ସହ ଘନ କୁହୁଡି

ବିହାର: ବିହାରରେ ପଶ୍ଚିମା ପବନ ଯେଗୁଁ ପ୍ରବଳ ଥଣ୍ଡା ଲୋକଙ୍କୁ ହଇରାଣ କରୁଛି । ଜାନୁଆରୀ ମାସ ଆରମ୍ଭରୁ ପାଗ ପରିବର୍ତ୍ତନ  ହୋଇଛି । ଥଣ୍ଡା , ଶୀତ ଲହରୀ  ଘନ କୁହୁଡି ଜୀବନକୁ ଅସ୍ତବ୍ୟସ୍ତ କରୁଛି । ଗତ ୨୪  ଘଣ୍ଟା ଧରି  ସାରା ରାଜ୍ୟରେ  ଶୀତ ପରିସ୍ଥିତି ଲାଗି ରହିଛି ।  ସାକଳ ୧୦ଟା ଯାଏଁ  ଅନେକ ଜିଲ୍ଲାକୁ ଘନ କୁହୁଡି  ଘୋଡାଇ ରଖିଛି ।  ପାଣିପାଗ ବିଭାଗ ଅନୁଯାୟୀ,  ଜାନୁଆରୀ ୧୦ ତାରିଖରେ ଥଣ୍ଡା ଏବଂ କୁହୁଡିରୁ କୌଣସି ମୁକ୍ତି ମିଳିବ ନାହିଁ ।  ଉତ୍ତର ଏବଂ ଦକ୍ଷିଣ- ପଶ୍ଚିମ ବିହାର ପାଇଁ ଚେତାବନୀ ଦିଆଯାଇଛି । ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ୧୬ରୁ  ୧୮ ଡିଗ୍ରୀ ସେଲସିୟସ  ପର୍ଯ୍ୟନ୍ତ ହ୍ରାସ ପାଇପାରେ । ଉତ୍ତର ଭାରତରେ ଶୀତଳ ଲହରୀ ଏବଂ କୁହୁଡ଼ି ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ  ଅନୁଯାୟୀ, ଆଗାମୀ 2-3 ଦିନ ମଧ୍ୟରେ ମଧ୍ୟ ଭାରତ, ଉତ୍ତର-ପୂର୍ବ ଭାରତ, ପଶ୍ଚିମବଙ୍ଗ ଏବଂ ସିକିମର କିଛି ସ୍ଥାନରେ ଘନ ସକାଳ କୁହୁଡ଼ି ହେବାର ସମ୍ଭାବନା ଅଧିକ। ଆଗାମୀ 2-3 ଦିନ ମଧ୍ୟରେ ରାଜସ୍ଥାନ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ବିହାର ଏବଂ ମଧ୍ୟପ୍ରଦେଶର କିଛି ସ୍ଥାନରେ ମଧ୍ୟ ଥଣ୍ଡା ଦିନର ପରିସ୍ଥିତି ରହିବାର ସମ୍ଭାବନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking